Posted inଜାତୀୟ

ଅତିକ, ଅଶ୍ରଫ ହତ୍ୟାକାଣ୍ଡର ଆସିଲା ବଡ଼ ଖୁଲାସା

ଲକ୍ଷ୍ନୌ, ୨୯।୪: ମାଫିଆ ଅତିକ ଅହମ୍ମଦଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି। ପୋଲିସ ଯାଞ୍ଚରୁ ଜଣାପଡିଛି ଯେ ଅତିକ ପୋଲିସ ହେପାଜତରେ ଥିବାବେଳେ ନିଜ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ। ଅତିକ ନିଜ ଉପରେ ଆକ୍ରମଣର ନାଟକ କରି ସୁରକ୍ଷା ବଢାଇବାକୁ ଚାହୁଁଥିଲେ।
ଯୋଜନା ମୁତାବକ, ସାବରମତି ଜେଲ୍‌ରୁ ଅଣାଯିବା ବେଳେ ଅତିକଙ୍କୁ ପ୍ରୟାଗରାଜ ଠାରେ ଆକ୍ରମଣ କରାଯିବ। ଏହି ଆକ୍ରମଣରେ ଅତିକଙ୍କର କୌଣସି କ୍ଷତି ହେବ ନାହିଁ। ନାଟକୀୟ ଭାବେ ଅତିକଙ୍କ ପାଖରୁ ଫାୟାରିଂ ହେବ ଯେପରି ତାଙ୍କର କିଛି କ୍ଷତି ନ ହୁଏ। ଏବଂ ଘଟଣାସ୍ଥଳରେ ଗାଡି ଆଖପାଖରେ ବୋମା ଫିଙ୍ଗାଯିବ।
ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ଯେ ଏହି ଆକ୍ରମଣ ମାଧ୍ୟମରେ ବାର୍ତ୍ତା ଦିଆଯାଇଥାନ୍ତା ଯେ ଅତିକଙ୍କୁ ତାଙ୍କ ବିରୋଧୀମାନେ ଆକ୍ରମଣ କରିଛନ୍ତି ଏବଂ ତାଙ୍କର ସୁରକ୍ଷା ବଢାଇବା ଜରୁରୀ।
ସୂଚନା ମୁତାବକ ହତ୍ୟା ସମୟରେ ଅତିକଙ୍କ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିକ ଏବଂ ଅଶ୍ରଫଙ୍କୁ ପ୍ରୟାଗରାଜ କଲଭିନ ହସ୍ପିଟାଲକୁ ଜିପ୍‌ରେ ଅଣାଯାଇଥିଲା। ସେଠାରେ ଅତିକ ଜିପ୍‌ରୁ ଓହ୍ଲାଇବାବେଳେ କେତେକ ବ୍ୟକ୍ତିଙ୍କୁ ଇସାରା କରିଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହାର କିଛି ସମୟ ପରେ ଦୁଇଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ, ମୋହନ ଭାଗବତ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୧୨: ନରେନ୍ଦ୍ର ମୋଦିଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବେ, ସେନେଇ ଏବେ ଚର୍ଚ୍ଚା ଚାଲିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଏ...

ରେଳବାଇ ଗ୍ରୁପ ଡିରେ ବଡ଼ ନିଯୁକ୍ତି ଅପଡେଟ, ଦଶମ ପାସ୍‌ କରିଥିଲେ ମିଳିବ ସୁଯୋଗ, ଦରମା ରହିଛି…

ନୂଆଦିଲ୍‌ଲୀ,୧୧।୧୨: ସୋସିଆଲ ମିଡିଆରେ ୬୨,୪୬୦ ପଦବୀ ପାଇଁ ରେଳବାଇ ଗ୍ରୁପ ଡି ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞପ୍ତି ଭାଇରାଲ ହେଉଛି, କିନ୍ତୁ ରେଳବାଇ ନିଯୁକ୍ତି ବୋର୍ଡ...

ଗୋଆ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ

ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri