Posted inଜାତୀୟ

ଘରେ ନ ପଶୁଣୁ ବାଜିଲାଣି ଚାଳ

ମୁମ୍ବାଇ/ ନାଗପୁର ଥିରୁଭାନନ୍ତପୁରମ୍‌,୧୧ା୬:କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ଏହି ପାଳିର ଶାସନ ଆରମ୍ଭରୁ ବିଭିନ୍ନ ପ୍ରକାର ଅସ୍ବାଭାବିକ ସ୍ଥିତି ଉପୁଜିଲାଣି।
ସୋମବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନର କିଛି ସମୟ ପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ଆଇନଶୃଙ୍ଖଳା ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ପାଇଁ ସେ କହିଛନ୍ତି। ନୂଆ ସରକାର ଗଠନ ହେଉଣୁ ଭାଜପାର ବୈଚାରିକ ଉପଦେଷ୍ଟା କୁହାଯାଉଥିବା ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ଏଭଳି କଠୋର ବାର୍ତ୍ତା ଗୁରୁତ୍ୱ ବହନ କରିଛି। ନାଗପୁରସ୍ଥିତ ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଭାଗବତ କହିଛନ୍ତି, ବର୍ଷେ ହେଲା ମଣିପୁରରେ ହିଂସା ଲାଗିରହିଥିବାରୁ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରାଥମିକତା ଦିଆଯାଉ। ଏହି ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ୧୦ ବର୍ଷ ହେଲା ଶାନ୍ତି ବିରାଜମାନ କରୁଥିବାବେଳେ ଅଚାନକ ବନ୍ଧୁକ ସଂସ୍କୃତି ଫେରିଛି। ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି। ତେଣୁ ସରକାର ଓ ବିରୋଧୀ ଦଳଗୁଡ଼ିକ ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ଆଗେଇ ଆସିବା ଦରକାର ବୋଲି ଭାଗବତ କହିଛନ୍ତି। ପୂର୍ବ ସରକାର ଭଳି ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିବାରୁ ସହଯୋଗୀ ଦଳଗୁଡ଼ିକର ପରାମର୍ଶ ନେଇ ଭାଜପାକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି କ୍ଷମତାଧାରଣର ପ୍ରଥମ ଦିନରୁ ଜଣାପଡ଼ିଗଲାଣି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୭୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛି। ହେଲେ ସରକାରକୁ ‘ଘରେ ନ ପଶୁଣୁ ବାଜିଲାଣି ଚାଳ’ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୨ ସହଯୋଗୀ ଦଳ ଅଜିତ ପାଓ୍ବାରଙ୍କ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ ଏକନାଥ ଶିନ୍ଦେଙ୍କ ଶିବସେନା ମନ୍ତ୍ରୀପଦକୁ ନେଇ ପ୍ରଥମରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନୁରୂପ ଭାବେ କେରଳର ଏକମାତ୍ର ଭାଜପା ଏମ୍‌ପି ସୁରେଶ ଗୋପୀ ମନ୍ତ୍ରୀ ପଦ ଚାହାନ୍ତି ନାହିଁ ବୋଲି କହିଥିବା ଖବର ପ୍ରକାଶ ପାଇବା ଓ ପରେ ସେ ତାହାକୁ ଖଣ୍ଡନ କରିବା ଆଦି ବିଷୟକୁ ଦେଖିଲେ ଆଗକୁ ସହଯୋଗୀଙ୍କ ବ୍ୟବହାର କିଭଳି ରହିବ, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି।
ମହାରାଷ୍ଟ୍ରର ଅନ୍ୟତମ ଏନ୍‌ଡିଏ ସହଯୋଗୀ ଏନ୍‌ସିପିକୁ ରାଷ୍ଟ୍ରମନ୍ତ୍ରୀ ପଦ ଯଚାଯାଇଥିଲା। କିନ୍ତୁ ତାହାକୁ ନେଇ ଦଳ ଅସନ୍ତୋଷ ବ୍ୟକ୍ତ କରିବା ସହ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ପୂର୍ବରୁ କ୍ୟାବିନେଟ ମନ୍ତ୍ରୀ ଥିବା ଏନ୍‌ସିପି ନେତା ତଥା ରାଜ୍ୟ ସଭା ସଦସ୍ୟ ପ୍ରଫୁଲ ପଟେଲ ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବା ପଦାବନତି ବୋଲି କହି ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏନ୍‌ସିପି କିଛିଦିନ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ କ୍ୟାବିନେଟ ପୋଷ୍ଟ ଚାହେଁ ବୋଲି ପ୍ରଫୁଲ କହିଛନ୍ତି। ସୂଚନା ଦିଆଯାଇପାରେ ଯେ, ପୂର୍ବରୁ ମନମୋହନ ସିଂଙ୍କ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ସମୟରେ କ୍ୟାବିନେଟ ମନ୍ତ୍ରୀ ହୋଇସାରିଥିବାରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଗ୍ରହଣ କରିବାକୁ ପ୍ରଫୁଲ୍ଲ ମନା କରିଦେଇଛନ୍ତି। ସଦ୍ୟ ସମାପ୍ତ ନିର୍ବାଚନରେ ମହାରାଷ୍ଟ୍ର ଏନ୍‌ସିପି ସଭାପତି ସୁନୀଲ ଟାଟକାରେ ରାଇଗଡ଼ ଲୋକ ସଭା ଆସନରୁ ଏକମାତ୍ର ଦଳୀୟ ପ୍ରାର୍ଥୀ ଭାବେ ବିଜୟଲାଭ କରିଛନ୍ତି। ସେହିପରି ଏକନାଥ ଶିନ୍ଦେଙ୍କ ଦଳର ମୁଖ୍ୟ ହୁଇପ୍‌ ଶ୍ରୀରଙ୍ଗ ବର୍ନେ କହିଛନ୍ତି, ସେମାନେ କ୍ୟାବିନେଟ ବର୍ଥ ଆଶା କରିଥିଲେ। ଚିରାଗ ପାଶ୍ୱାନଙ୍କ ଦଳ ୫ଟି ଆସନ ଜିତିଥିବାବେଳେ ଜିତନରାମ ମାଞ୍ଝିଙ୍କ ଦଳ ଗୋଟିଏ ଏବଂ ଜେଡିଏସ୍‌ ୨ଟି ଆସନ ଜିତିଛନ୍ତି। ଏହା ସତ୍ତ୍ୱେ ସେମାନେ ଗୋଟିଏ ଲେଖାଏ କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି। ଶିବସେନା ୭ଟି ଆସନ ଜିତି କେବଳ ଗୋଟିଏ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) କାହିଁକି ପାଇବ ବୋଲି ବର୍ନେ ପ୍ରଶ୍ନ କରିବା ସହ ଅନ୍ତତଃ ଗୋଟିଏ କ୍ୟାବିନେଟ ପାହ୍ୟା ପାଇବା ଆବଶ୍ୟକ ଥିଲା ବୋଲି କହିଛନ୍ତି।
ଅନ୍ୟପକ୍ଷରେ ରବିବାର ମନ୍ତ୍ରୀ ଭାବେ ଶପଥ ନେଇଥିବା କେରଳର ଏକମାତ୍ର ଭାଜପା ଏମ୍‌ପି ସୁରେଶ ଗୋପୀ ମନ୍ତ୍ରୀ ପଦ ଚାହାନ୍ତି ନାହିଁ ବୋଲି କହିଥିବା ଖବର ପ୍ରକାଶ ପାଇଥିଲା। ଅଭିନେତାରୁ ନେତା ହୋଇଥିବା ଗୋପୀ କେବଳ ଏମ୍‌ପି ଭାବେ ରହିବାକୁ ଚାହାନ୍ତି। କାରଣ ସେ କେତେଗୁଡ଼ିଏ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିବାରୁ ସେଗୁଡ଼ିକ ପାଇଁ ତାଙ୍କୁ କାମ କରିବାକୁ ପଡ଼ିବ। ସେଥିପାଇଁ ସେ ମନ୍ତ୍ରୀପଦ ଛାଡ଼ିବାକୁ ଚାହାନ୍ତି ବୋଲି ରବିବାର ରାତିରେ କହିଥିଲେ। ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସୋମବାର ଗୋପୀ ଏହାକୁ ଖଣ୍ଡନ କରିଛନ୍ତି। ପ୍ରକାଶିତ ରିପୋର୍ଟ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ସେ କହିଛନ୍ତି। ମୋଦି ସରକାରର ମନ୍ତ୍ରୀ ପରିଷଦରେ ସାମିଲ ହେବା ଓ କେରଳ ଜନସାଧାରଣଙ୍କ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଗୋପୀ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚତ୍ଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରୀ ମାଡ଼ରେ ଯୁବକ ଗୁରୁତର

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର):ଜଙ୍ଗଲ ପୂଜା ସମୟରେ ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ବାରକୋଟ ଥାନାଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଛୁରୀ ଭୁଷି ହତ୍ୟା…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri