Posted inଖେଳ

ଫିଲ୍ଡିଂ ସୁପରଷ୍ଟାର: ପଡ଼ିଆର ସବୁଠାରୁ ବିପଜ୍ଜନକ ସ୍ଥାନରେ ହେଉଥିଲେ ଛିଡ଼ା, ଅଡୁଆରେ ପଡ଼ୁଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୩: ବିଶ୍ୱରେ ଏଭଳି ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜର ବ୍ୟାଟିଂ ନଚେତ ବୋଲିଂ ବ୍ୟତିତ ଫିଲ୍ଡିଂକୁ ନେଇ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଜୋଣ୍ଟି ରୋଡ୍ସ, ହର୍ଷଲ ଗିବ୍ସ, ମହମ୍ମଦ ଆଜାରୁଦ୍ଦିନ ସେଭଳି ଖେଳାଳି ଥିଲେ। ହେଲେ ପଡ଼ିଆରେ ‘ଫରଓ୍ବାଡ୍‌ ଶର୍ଟ ଲେଗ୍‌’ ସ୍ଥାନରେ ସମସ୍ତେ ଫିଲ୍ଡିଂ କରିପାରନ୍ତି ନାହିଁ। ଏହି ସ୍ଥାନରେ ନିଜର ଫୁର୍ତ୍ତି ଦେଖାଇ ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିଲେ ଭାରତର ଏକନାଥ ସୋଲକର। ଆଜିର ଦିନରେ ବମ୍ବେରେ ଜନ୍ମ ନେଇଥିଲେ ସେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସାଙ୍ଗକୁ ମଧ୍ୟମ ଦ୍ରୁତ ବୋଲର ମଧ୍ୟ ଥିଲେ। ଏକନାଥ ମୋଟ ୨୭ ଟେଷ୍ଟ ଖେଳିଥିବା ବେଳେ ୧୦୬୮ରନ୍‌ କରି୧୮ ଉଇକେଟ ନେଇଥିଲେ। ସେହିଭଳି ଦିନିକିଆରେ ସେ ୭ ମ୍ୟାଚ୍‌ ଖେଳି ୨୭ ରନ୍‌ ସହ ୪ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୬୮୫୧ରନ୍‌ କରିବା ସହ ୨୭୬ ଉଇକେଟ ନେଇଥିଲେ। ହେଲେ ନା ବ୍ୟାଟିଂ, ନା ବୋଲିଂ, ସେ ନିଜର ଫିଲ୍ଡିଂକୁ ନେଇ ବେଶ୍‌ ଲୋକପ୍ରିୟ ଥିଲେ।
ଯେଉଁସ୍ଥାନରେ ଏକନାଥଙ୍କୁ ଫିଲ୍ଡିଂର ସୁଯୋଗ ମିଳୁଥିଲା, ସେ ନିଜର ଶ୍ରେଷ୍ଠ ଦେଉଥିଲେ। ଫଳରେ ଅଡ଼ୁଆରେ ପଡ଼ୁଥିଲେ ବ୍ୟାଟ୍ସମ୍ୟାନ୍‌ମାନେ। ବିଶେଷକରି ଫରଓ୍ବାଡ୍‌ ଶର୍ଟ ଲେଗ୍‌ ସ୍ଥାନରେ ସେ ରହି ସେମାନଙ୍କୁ ଅସୁବିଧାରେ ପକାଉଥିଲେ। ରେକର୍ଡକୁ ଦେଖିଲେ ସେ ଟେଷ୍ଟ କ୍ରିକେଟରେ ସେ ୨୭ ମ୍ୟାଚ୍‌ ଖେଳି ୫୩ କ୍ୟାଚ୍‌ ଧରିଥିଲେ। ଉଇକେଟକିପରଙ୍କ ବ୍ୟତିତ ଅନ୍ୟ କେହି ତାଙ୍କର ଏହି ରେକର୍ଡ ଭାଙ୍ଗିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri