ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ବ୍ରହ୍ମପୁର ବିଧାୟକ

ରାଇକିଆ,୨ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ବୁଧବାର ମଣ୍ଡକିଆ ଓ ପେଟାପାଙ୍ଗାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ସୁନନ୍ଦା ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିସହ ବେରେଡାକିଆ ପଞ୍ଚାୟତରେ ମଧ୍ୟ ପ୍ରଚାର କରିବା ସହ କର୍ମୀଙ୍କୁ ଭେଟି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି।