ଗାଡି ଧକ୍କାରେ ଭାଲୁ ମୃତ

କେନ୍ଦୁଝର,୨୬।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡାଘର ଏନ୍‌ଏଚ ୨୦ରେ ରବିବାର ବିଳମ୍ବିତ ରାତିରେ ଗାଡି ଧକ୍କାରେ ଏକ ଭାଲୁର ମୃତ୍ୟୁ ହୋଇଛି। ଭାଲୁଟିର ବୟସ ୨ ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ବନ ବିଭାଗ ଭାଲୁର ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ପୂର୍ବରୁ ମଧ୍ୟ ରାସ୍ତା ପାର ହେବା ସମୟରେ ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ପ୍ରାଣଯାଇଛି। ଫଳରେ ଏହା ବନ ବିଭାଗର ଚିନ୍ତା ବଢାଇଛିା
ପ୍ରକାଶ ଯେ, ଏନ୍‌ଏଚ ୨୦ ବିଶେଷ କରି ଜଙ୍ଗଲ ଅଞ୍ଚଳ ଦେଇଯାଇଛିା ଏଣୁ ଅନେକ ସମୟରେ ବନ୍ୟପ୍ରାଣୀ ପଥ ଭ୍ରଷ୍ଟ ହୋଇ ରାସ୍ତାକୁ ଚାଲିଆସି ଗାଡି ଧକ୍କାରେ ମୃତ୍ୟୁ ହୋଉଛି। ବର୍ଷା ଦିନରେ ରାସ୍ତା କଡରେ ଅନାବନା ଘାସଗଛ ଉଠିବା ସହ ରାସ୍ତା ମଝିରେ ବାରିକେଡ୍‌ ଥିବାରୁ ଗାଡି ଚାଳକ ଦୂରରୁ ଦେଖି ପାରୁନାହାନ୍ତି। ଫଳରେ ଏଭଳି ଦୁର୍ଘଟଣା ଘଟୁଥାଇପାରେ ବୋଲି ଡିଏଫ୍‌ଓ ଏଚ.ଡି.ଧନରାଜ କହିଛନ୍ତି।