Posted inଖେଳ

୧୫୦୦ କୋଟି ଟଙ୍କା ସଞ୍ଚିବ ବିସିସିଆଇ

ନୂଆଦିଲ୍ଲୀ,୧୭।୧୧: ଆଇସିସି ୨୦୨୪ ରୁ ୨୦୩୧ମଧ୍ୟରେ ୮ଟି ବଡ ଇଭେଣ୍ଟ୍‌ ଆୟୋଜନ କରିବାକୁ ଯାଉଛି। ଭାରତକୁ ୩ଟି ଆଇସିସି ଟୁର୍ନାମେଣ୍ଟର ଦାୟିତ୍ୱ ଦିଆଯାଇଛି। ଭାରତରେ ୨୦୨୬ ଟି -୨୦ ବିଶ୍ୱକପ, ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ୱକପ ରହିବ। ଏହି ତିନୋଟି ବଡ ଟୁର୍ନାମେଣ୍ଟ ପାଇଁ ବିସିସିଆଇକୁ ଆଇସିସିରୁ ଏକ ବଡ଼ ଆରାମ ମିଳିଛି। ପ୍ରତ୍ୟେକ ଟୁର୍ନାମେଣ୍ଟ ପାଇଁ ଭାରତ ସରକାରଙ୍କୁ ୧୦ ପ୍ରତିଶତ ଟିକସ ଦେବାକୁ ଆଇସିସି ରାଜି ହୋଇଛି। ଆଇସିସିର ଏହି ପଦକ୍ଷେପ ବିସିସିଆଇ କୁ ୧୫୦୦କୋଟି (୨୦୦ ମିଲିୟନ ଡଲାର୍‌) ସଞ୍ଚୟ କରିବ।
୨୦୧୬ ଟି -୨୦ ବିଶ୍ୱକପ ଏବଂ ୨୦୨୩ ଦିନିକିଆ ବିଶ୍ୱକପ ଆୟୋଜନ ପାଇଁ ବିସିସିଆଇ ୭୫୦ କୋଟି ଟଙ୍କା କ୍ଷତି ସହିବାକୁ ପ୍ରସ୍ତୁତ। ଯଦି ଟି -୨୦ ବିଶ୍ୱକପ ୨୦୨୧ ଭାରତରୁ ୟୁଏଇକୁ ସ୍ଥାନାନ୍ତରିତ ହୋଇ ନ ଥାନ୍ତା ତେବେ ଏହି କ୍ଷତି ଅଧିକ ହୋଇଥାନ୍ତା। ବିସିସିଆଇ ବ୍ୟତୀତ ଅନ୍ୟ ଦେଶର କ୍ରିକେଟ ବୋର୍ଡ ନିଜ ସରକାରଙ୍କଠାରୁ ଟିକସ ଛାଡ଼ର ଲାଭ ପାଇଥାଏ। ଟିକସ ଛାଡ ନ ହେବା କାରଣରୁ ବିସିସିଆଇରେ ବ୍ୟାପକ କ୍ଷତି ହେଉଛି।
୨୦୧୬-୧୭ ରେ ଟିକସ ବିଭାଗ ବିସିସିଆଇକୁ ନୋଟିସ ଜାରି କରିଥିଲା। ଏହି ବିଜ୍ଞପ୍ତିରେ, ଆଇପିଏଲ୍‌ର ଆୟ ଉପରେ ଆୟକର ଅଧିନିୟମର ଧାରା ୧୨ଏ ଅନୁଯାୟୀ ଛାଡ କାହିଁକି ହଟାଯିବ ନାହିଁ ବୋଲି ବିସିସିଆଇକୁ ପଚରାଯାଇଥିଲା। ଟିକସ ବିଭାଗର ଏହି ବିଜ୍ଞପ୍ତି ବିରୋଧରେ ବିସିସିଆଇ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି) ନିକଟକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri