Posted inଖେଳ

ମାଲାମାଲ ହେବ ବିସିସିଆଇ

ନୂଆଦିଲ୍ଲୀ,୩୧।୮: ଘରୋଇ ଟି-୨୦ ଲିଗ ଆଇପିଏଲ ପାଇଁ ବିସିସିଆଇ ବଡ ପ୍ରସ୍ତୁତି କରୁଛି। ଆଇପିଏଲ୍‌ର ପରବର୍ତ୍ତୀ ସିଜିନରୁ ୮ ଟିମ୍‌ ବଦଳରେ ୧୦ଟି ଟିମ୍‌ ଭାଗ ନେବେ। ବୋର୍ଡ ଏକ ଦଳର ମୂଳ ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ରଖିଛି। ଏଭଳି ପରିସ୍ଥିତିରେ ସେ ୨ ଟିମରୁ ପ୍ରାୟ ୫ ହଜାର କୋଟି ଟଙ୍କା ପାଇପାରିବେ। ଏହାଦ୍ୱାରା ବିସିସିଆଇ ମାଲାମାଲ ହେବ। ଆସନ୍ତା ସିଜିନରୁ ୬୦ ବଦଳରେ ୭୪ଟି ମ୍ୟାଚ ଖେଳାଯିବ। ଚଳିତ ସିଜନର ଅବଶିଷ୍ଟ ୩୧ଟି ମ୍ୟାଚ ୧୯ ସେପ୍ଟେମ୍ବରରୁ ୟୁଏଇରେ ଅନୁଷ୍ଠିତ ହେବ।
ନିକଟରେ ଆଇପିଏଲ ପରିଚାଳନା ପରିଷଦର ବୈଠକରେ ଆୟୋଜନ ପ୍ରକ୍ରିୟା ଚୂଡାନ୍ତ ହୋଇଥିଲା। ଏହା ଅନୁଯାୟୀ, ଯେକୌଣସି କମ୍ପାନୀ ୭୫ କୋଟି ଟଙ୍କା ଦେଇ ବିଡିଂ ଡକ୍ୟୁମେଣ୍ଟ କିଣି ପାରିବେ। ପୂର୍ବରୁ ୨ଟି ନୂଆ ଦଳର ମୂଳ ମୂଲ୍ୟ ୧୭୦୦ କୋଟିରେ ରଖିବାକୁ ବିଚାର କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହାର ମୂଳ ମୂଲ୍ୟ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ବିଡିଂ ପ୍ରକ୍ରିୟା ଯୋଜନା ଅନୁଯାୟୀ ଚାଲିଥାଏ, ତେବେ ବିସିସିଆଇରେ ଅତି କମରେ ୫୦୦୦ କୋଟି ଟଙ୍କା ଲାଭ ହେବ କାରଣ ଅନେକ କମ୍ପାନୀ ବିଡିଂ ପ୍ରକ୍ରିୟାରେ ଆଗ୍ରହ ଦେଖାଉଛନ୍ତି। ବିସିସିଆଇ ଅତିକମରେ ୫୦୦୦ କୋଟି ଟଙ୍କା ଆଶା କରୁଛି। ଏହା ଜାଣିବାକୁ ମିଳିଛି ଯେ କେବଳ ୩୦୦୦ କୋଟି କିମ୍ବା ତା’ଠାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀମାନଙ୍କୁ ବିଡିଂ ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦିଆଯିବ। କେବଳ ଏତିକି ନୁହେଁ, ବିସିସିଆଇ ମଧ୍ୟ ଏକ କମ୍ପାନୀକୁ ଦଳ କିଣିବାକୁ ଅନୁମତି ଦେବାକୁ ଯୋଜନା କରୁଛି। ଏହା ବିଡିଂ ପ୍ରକ୍ରିୟାକୁ ଅଧିକ ଆକର୍ଷଣୀୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri