Posted inଖେଳ

୧୬ରେ ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୮।୪(ପି.ଟି.): ଏପ୍ରିଲ ୧୬ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନସିଲ ବୈଠକ ବସିବ। ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସହ ବଡ଼ ନିଷ୍ପତ୍ତି ନିଆଯିବାର କାର୍ଯ୍ୟକ୍ରମ ରହିଛି। ଦେଶରେ ଆୟୋଜନ ହେଉଥିବା ନକଲି ଟି୨୦ ଲିଗ୍‌ଗୁଡିକ ରୋକିବା ଓ ୨୦୨୮ ଅଲିମ୍ପିକ୍ସରେ ଦଳ ପଠାଇବା ନେଇ ଆଲୋଚନା ହେବ। ସ୍ବୀକୃତି ପ୍ରଦାନ କରାଯାଉ ନ ଥିଲେ ମଧ୍ୟ ଦେଶରେ ଏହି ଟି୨୦ ଲିଗ୍‌ଗୁଡିକ ଅବାଧରେ ଆୟୋଜିତ ହେଉଛି।
ଗତ ମାସ ବିହାର କ୍ରିକେଟ ଆସୋସିଏଶନ ଏକ ଲିଗ୍‌ ଆୟୋଜନ କରିଥିଲା। ସ୍ବୀକୃତି ପାଇ ନ ଥିବାରୁ ବିସିସିଆଇ ଏ ନେଇ ତାଗିଦ କରିଥିଲେ ମଧ୍ୟ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସଫଳତା ପରେ ଦେଶରେ ରାଜ୍ୟସ୍ତରୀୟ ଟି୨୦ ଲିଗ୍‌ଗୁଡିକ ଖେଳାଯାଉଛି। ଏଥିରେ ଦୁର୍ନୀତି ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି। ଏବେ ଏହା ବିସିସିଆଇ ଦୁର୍ନୀତି ନିବାରଣ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବୈଠକରେ ସାମିଲ ହେବାକୁ ଥିବା ୧୪ ସୂତ୍ରୀୟ ଏଜେଣ୍ଡାରେ ଭାରତୀୟ ମହିଳା ଦଳର ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ଓ କରୋନା ପାଇଁ ପ୍ରଭାବିତ ହୋଇଥିବା ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ସାମିଲ ରହିଛି।
ମହିଳା ଦଳ ଦୀର୍ଘ ୬ ବର୍ଷ ପରେ ଟେଷ୍ଟ ଖେଳିବାକୁ ଯାଉଛି। ଏ ନେଇ ବୋର୍ଡ ସମ୍ପାଦକ ଜୟ ଶାହା ପୂର୍ବରୁ ଘୋଷଣା କରିସାରିଛନ୍ତି। ଚଳିତବର୍ଷ ଶେଷ ଆଡକୁ ଭାରତୀୟ ମହିଳା ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ମହିଳା ଦଳ କୋଚ୍‌ର ଡବ୍ଲ୍ୟୁଭି ରମଣଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ କିମ୍ବା କୋଚ୍‌ ପଦ ପାଇଁ ନୂଆ ଆବେଦନ ଆହ୍ବାନ କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ। ପୁଣି ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଟ୍ୟାକ୍ସ ଓ ଭିଜା ମାମଲା ନେଇ ମଧ୍ୟ ଆଲୋଚନା ହେବ। ଚଳିତ ମାସ ଶେଷ ଆଡକୁ ବିସିସିଆଇ ବିଶ୍ୱକପ୍‌ ସମ୍ପର୍କିତ ଭିଜା ଗ୍ୟାରେଣ୍ଟି ଓ ଟ୍ୟାକ୍ସ ଛାଡ ନେଇ ନିଷ୍ପତ୍ତି ନେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆଶା କରୁଛି। ୨୦୨୧-୨୦୨୨ର ଘରୋଇ କ୍ରିକେଟ ସିଜନ କିପରି ଆୟୋଜନ ହେବ ସେ ନେଇ ମଧ୍ୟ ଆଲୋଚନା ହେବ। ଗତ ସେସନରେ ବୋର୍ଡ ୮୭ ବର୍ଷରେ ପ୍ରଥମଥର ପାଇଁ ରଣଜୀ ଟ୍ରଫିକୁ କରୋନା ମହାମାରୀ କାରଣରୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା।
ପୁଣି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ନେଇ ବିସିସିଆଇ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବ। ଯଦି ବିସିସିଆଇ ଏହାକୁ ସମର୍ଥନ କରିବ ତେବେ ସ୍ବାୟତ୍ତତା ହରାଇବ ଓ ଏକ ଜାତୀୟ କ୍ରୀଡ଼ା ଫେଡେରେଶନରେ ପରିଣତ ହେବ। ତେଣୁ ଏ ନେଇ ବିସିସିଆଇ ପାଇଁ ସମସ୍ୟା ରହିଛି। ଏହା ବ୍ୟତୀତ ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ କାଉନସିଲକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri