Posted inଖେଳ

୧୬ରେ ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୮।୪(ପି.ଟି.): ଏପ୍ରିଲ ୧୬ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନସିଲ ବୈଠକ ବସିବ। ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସହ ବଡ଼ ନିଷ୍ପତ୍ତି ନିଆଯିବାର କାର୍ଯ୍ୟକ୍ରମ ରହିଛି। ଦେଶରେ ଆୟୋଜନ ହେଉଥିବା ନକଲି ଟି୨୦ ଲିଗ୍‌ଗୁଡିକ ରୋକିବା ଓ ୨୦୨୮ ଅଲିମ୍ପିକ୍ସରେ ଦଳ ପଠାଇବା ନେଇ ଆଲୋଚନା ହେବ। ସ୍ବୀକୃତି ପ୍ରଦାନ କରାଯାଉ ନ ଥିଲେ ମଧ୍ୟ ଦେଶରେ ଏହି ଟି୨୦ ଲିଗ୍‌ଗୁଡିକ ଅବାଧରେ ଆୟୋଜିତ ହେଉଛି।
ଗତ ମାସ ବିହାର କ୍ରିକେଟ ଆସୋସିଏଶନ ଏକ ଲିଗ୍‌ ଆୟୋଜନ କରିଥିଲା। ସ୍ବୀକୃତି ପାଇ ନ ଥିବାରୁ ବିସିସିଆଇ ଏ ନେଇ ତାଗିଦ କରିଥିଲେ ମଧ୍ୟ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସଫଳତା ପରେ ଦେଶରେ ରାଜ୍ୟସ୍ତରୀୟ ଟି୨୦ ଲିଗ୍‌ଗୁଡିକ ଖେଳାଯାଉଛି। ଏଥିରେ ଦୁର୍ନୀତି ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି। ଏବେ ଏହା ବିସିସିଆଇ ଦୁର୍ନୀତି ନିବାରଣ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବୈଠକରେ ସାମିଲ ହେବାକୁ ଥିବା ୧୪ ସୂତ୍ରୀୟ ଏଜେଣ୍ଡାରେ ଭାରତୀୟ ମହିଳା ଦଳର ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ଓ କରୋନା ପାଇଁ ପ୍ରଭାବିତ ହୋଇଥିବା ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ସାମିଲ ରହିଛି।
ମହିଳା ଦଳ ଦୀର୍ଘ ୬ ବର୍ଷ ପରେ ଟେଷ୍ଟ ଖେଳିବାକୁ ଯାଉଛି। ଏ ନେଇ ବୋର୍ଡ ସମ୍ପାଦକ ଜୟ ଶାହା ପୂର୍ବରୁ ଘୋଷଣା କରିସାରିଛନ୍ତି। ଚଳିତବର୍ଷ ଶେଷ ଆଡକୁ ଭାରତୀୟ ମହିଳା ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ମହିଳା ଦଳ କୋଚ୍‌ର ଡବ୍ଲ୍ୟୁଭି ରମଣଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ କିମ୍ବା କୋଚ୍‌ ପଦ ପାଇଁ ନୂଆ ଆବେଦନ ଆହ୍ବାନ କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ। ପୁଣି ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଟ୍ୟାକ୍ସ ଓ ଭିଜା ମାମଲା ନେଇ ମଧ୍ୟ ଆଲୋଚନା ହେବ। ଚଳିତ ମାସ ଶେଷ ଆଡକୁ ବିସିସିଆଇ ବିଶ୍ୱକପ୍‌ ସମ୍ପର୍କିତ ଭିଜା ଗ୍ୟାରେଣ୍ଟି ଓ ଟ୍ୟାକ୍ସ ଛାଡ ନେଇ ନିଷ୍ପତ୍ତି ନେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆଶା କରୁଛି। ୨୦୨୧-୨୦୨୨ର ଘରୋଇ କ୍ରିକେଟ ସିଜନ କିପରି ଆୟୋଜନ ହେବ ସେ ନେଇ ମଧ୍ୟ ଆଲୋଚନା ହେବ। ଗତ ସେସନରେ ବୋର୍ଡ ୮୭ ବର୍ଷରେ ପ୍ରଥମଥର ପାଇଁ ରଣଜୀ ଟ୍ରଫିକୁ କରୋନା ମହାମାରୀ କାରଣରୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା।
ପୁଣି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ନେଇ ବିସିସିଆଇ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବ। ଯଦି ବିସିସିଆଇ ଏହାକୁ ସମର୍ଥନ କରିବ ତେବେ ସ୍ବାୟତ୍ତତା ହରାଇବ ଓ ଏକ ଜାତୀୟ କ୍ରୀଡ଼ା ଫେଡେରେଶନରେ ପରିଣତ ହେବ। ତେଣୁ ଏ ନେଇ ବିସିସିଆଇ ପାଇଁ ସମସ୍ୟା ରହିଛି। ଏହା ବ୍ୟତୀତ ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ କାଉନସିଲକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri