ଡବଲିନ,୩୧।୧୦: ସୀମିତ ଓଭର କ୍ରିକେଟରେ ଆୟର୍ଲାଣ୍ଡ ଅଧିନାୟକ ପରିର୍ତ୍ତନ କରିଛି। ଦଳ ପଲ୍ ଷ୍ଟର୍ଲିଂଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ୱ ଦେଇଛି। ଆଗାମୀ ୪ ବର୍ଷରେ ଖେଳାଯିବାକୁ ଥିବା ୨ଟି ଟି୨୦ ବିଶ୍ୱକପ୍ ଏବଂ ଗୋଟିଏ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖଇ ଚୟନକର୍ତ୍ତାମାନେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଆଣ୍ଡ୍ରିୟୁ ବାଲବର୍ନି ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବେ।
ଜୁଲାଇରେ ବାଲବର୍ନି ପଦ ଛାଡ଼ିଥିବା ବେଳେ ଷ୍ଟର୍ଲିଂଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧିନାୟକ ଭାବେ ନିଯୁକ୍ତି ମିଳିଥିଲା। ଏବେ ତାଙ୍କୁ ପୂର୍ଣ୍ଣକାଳୀନ ଭିତ୍ତିରେ ଦାୟିତ୍ୱ ଦିଆଯାଇଛି।
ଷ୍ଟର୍ଲିଂ ସମସ୍ତ ଫର୍ମାଟରେ ଆୟର୍ଲାଣ୍ଡ ପାଇଁ ୩୭୬ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୧୧,୭୫୬ ରନ୍ ସହ ଦଳର ଏଯାବତ ସର୍ବକାଳୀନ ଅଗ୍ରଣୀ ରନ୍ ସ୍କୋରର। ତାଙ୍କ ଅଭିଜ୍ଞତା ହିଁ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି କୁହାଯାଇଛି।


