ଲଣ୍ଡା ପାହାଡ଼ ପାଲଟିଲା ସବୁଜ ବନାନୀ, ବଢ଼ିଲାଣି କାଠଚୋରି

ଭଞ୍ଜନଗର,୨ା୬(ବାବୁଲା ପ୍ରଧାନ): ସରକାର ଜନସାଧାରଣଙ୍କ ହିତକୁ ଦେଖି ଯୋଜନା କରିଥାନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଯୋଜନାର ସୁଫଳ ନିର୍ଭର କରୁଛି। କିଛି ଯୋଜନା ସଫଳ ହେଉଥିବା ବେଳେ ଆଉ କିଛି ଯୋଜନା ବିଫଳ ମଧ୍ୟ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଗୋଟିଏ ଯୋଜନା ସଫଳ ହେଉଥିବା ବେଳେ ଆଉ ଗୋଟିଏ ଯୋଜନା ଫେଲ୍‌ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହି ବନଖଣ୍ଡର ଗ୍ୟାଲେରି ରେଞ୍ଜର ତିଲିସିଙ୍ଗିରେ ଥିବା ଲଣ୍ଡା ପାହାଡ଼କୁ ବନ ବିଭାଗ କର୍ମଚାରୀ ଏକ ବର୍ଷ ମଧ୍ୟରେ ସବୁଜ ବନାନୀରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି। ଯାହାକି ବନ ବିଭାଗ ପାଇଁ ପ୍ରଶଂସା ଆଣିଛି। ଏଥିସହ ଅନ୍ୟ ରେଞ୍ଜ ପାଇଁ ତାହା ଉଦାହରଣ ପାଲଟିଛି।

ସୂଚନାଯୋଗ୍ୟ, ତିଲିସିଙ୍ଗି ପାହାଡ଼ଟି ରାଜସ୍ବ ବିଭାଗ ଅଧୀନରେ ଥିଲା। ରାଜସ୍ବ ବିଭାଗ ଅଧିକାରୀମାନେ ବିଗତ ଦିନରେ ଉକ୍ତ ପାହାଡ଼ର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ନ ଥିଲେ। ଗତବର୍ଷ ବନ ବିଭାଗ ଅଧିକାରୀ ଉକ୍ତ ଲଣ୍ଡା ପାହାଡ଼କୁ ବନୀକରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୫ ହେକ୍ଟର ଲଣ୍ଡା ପାହାଡ଼ରେ ପ୍ରାୟ ୮ ହଜାର ବଡ ଚାରା ଲଗାଯାଇଥିଲା। ବର୍ତ୍ତମାନ ଚାରାଗୁଡ଼ିକ ବହୁତ ବଡ଼ ହେବା ସହ ପାହାଡ଼ଟି ସବୁଜ ବନାନୀରେ ପରିଣତ ହୋଇଛି। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ଆଶାଲତା ଦିଗାଲ, ବନପାଳ ଶୁଭସ୍ମିତା ପାତ୍ରଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆଜି ଲଣ୍ଡା ପାହାଡ଼ ସବୁଜ ବନାନୀରେ ପରିଣତ ହୋଇପାରିଛି। କିନ୍ତୁ ଉକ୍ତ ଲଣ୍ଡା ପାହାଡ଼କୁ ଲାଗି ଏବେବି ଆହୁରି ଅନେକ ହେକ୍ଟର ଜମି ପଡ଼ିଆ ପଡ଼ିଛି। ତାକୁ ମଧ୍ୟ ସବୁଜ ବନାନୀରେ ପରିଣତ କରିବା ପାଇଁ ଦାବି ହୋଇଛି। ଅନ୍ୟପଟେ ଏହି ବନଖଣ୍ଡର ତାରସିଂ ରେଞ୍ଜ କାର୍ଯ୍ୟାଳୟଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦିନ ବେଳେ ଜାତୀୟ ରାଜପଥ କଡ଼ରୁ କାଠ ଚୋରି ହେଉଛି। ଲୋକେ ବିଭିନ୍ନ ସମୟରେ ଜଙ୍ଗଲକୁ ଯାଇ ବଡ଼ କାଠ ଗଣ୍ଡିକୁ ଜାଳେଣି କାଠ ଭାବେ କାଟି ଜଙ୍ଗଲରେ ପକାଇ ଦିଅନ୍ତି। କାଠଗୁଡ଼ିକ ଶୁଖିଲା ପରେ ତାକୁ ସୁବିଧା ସୁଯୋଗ ଦେଖି ବିଭିନ୍ନ ମାଧ୍ୟମରେ ନେଇଥାନ୍ତି। ଏଥିସହ କିଛି ମାସ ପୂର୍ବେ ରେଞ୍ଜ କାର୍ଯ୍ୟାଳୟକୁ ଲାଗିଥିବା ଏକ ସ୍ଥାନରୁ ଏକାଧିକ ଚନ୍ଦନ ଗଛ ଚୋରି ହୋଇଥିଲା। ଏହି ମାମଲାରେ ବନ ବିଭାଗ ଅଧିକାରୀ କାହାରିକୁ ମଧ୍ୟ ଗିରଫ କରିନାହିଁ। ଏହିଭଳି ଉକ୍ତ ରେଞ୍ଜରେ ଲୋକେ ଜଙ୍ଗଲରୁ ଅନେକ ସମୟରେ ମୂଲ୍ୟବାନ କାଠ କାଟି ନେଉଥିବା ଅଭିଯୋଗ ହେଉଛି। ଯାହାକି ଚିନ୍ତାଜନକ ବିଷୟ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri