ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ଶିବମ ମ୍ୟୁଜିକାଲ୍‌ ନାମକ ଗ୍ରୁପର ଟାଟାଏସି ଗାଡ଼ିଟି ବଡ଼ମୁକ୍ତାପଶି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ମ୍ୟୁଜିକାଲ ଗ୍ରୁପ୍‌ର ୫ ଜଣ ଆହତ ଥିବାବେଳେ ସେଥିରୁ ୨ ଜଣ ଗୁରୁତର ଅଛନ୍ତି। ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଓଲଟିଥିବା ଜଣାପଡିଛି। ଶିବମ ମ୍ୟୁଜିକାଲ୍‌ ଟିମ୍‌ କାମାକ୍ଷାନଗର ସହରର ରେକୁଳା ପୂଜା କମିଟି ପାଇଁ ଭସାଣି ଶୋଭାଯାତ୍ରା ନିମନ୍ତେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଘଟଣାସ୍ଥଳରୁ ମ୍ୟୁଜିକାଲ ଟିମ୍‌ର ସଦସ୍ୟମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ମ୍ୟୁଜିକାଲ ଟିମ୍‌ର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଅଞ୍ଚଳର ଏମ୍‌ ଭେଙ୍କଟରାଓଙ୍କ ଡାହାଣ ହାତ ଛିଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗି ବ୍ଲକ ପଛ ପାହାଡ଼ରେ ଲାଗିଛି ନିଆଁ: ଲିଭାଇବା ପାଇଁ ଜଙ୍ଗଲ ବିଭାଗର ଜୋରଦାର କସରତ,ଏଯାଏ…

ପଟ୍ଟାଙ୍ଗି, ୧୦।୩ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ପଛ ଭାଗରେ ଥିବା ପାହାଡ଼ରେ ମଙ୍ଗଳବାର ସାରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ବିକୁଥିଲେ ଗୋ-ମାଂସ, ଗୁପ୍ତ ସୂଚନା ପାଇ ମାଡ଼ି ବସିଲା ପୋଲିସ

ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ…

ସଫଳତାର ସହ ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉଦଯାପିତ

ଭଞ୍ଜନଗର, ୧୦/୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଶିକ୍ଷଣ ସାମଗ୍ରୀ…

ଶିକ୍ଷକ ଅଭାବରୁ ଭୁଶୁଡ଼ିଛି ଶିକ୍ଷା ବ୍ୟବସ୍ଥା: ପରୀକ୍ଷା ବର୍ଜନ କରି ବିରିକୋଟ ବିଦ୍ୟାଳୟରେ ତାଲା ପକାଇଲେ ଶତାଧିକ ଅଭିଭାବକ

ଥୁଆମୂଳ ରାମପୁର, ୧୦ା୩ (ଦୁର୍ଗା କୀର୍ତ୍ତି): ସରକାରଙ୍କ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଏବେ କଳାହାଣ୍ଡି ଜିଲାରେ ପ୍ରହସନ ପାଲଟିଛି। ଶିକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ…

ଧରିତ୍ରୀ ପ୍ରଭାବ: ଓ୍ବାର୍ଡ ମେମ୍ବର ଉଆଁସୀଙ୍କ ଘରେ ପହଞ୍ଚିଲା ବ୍ଲକ ପ୍ରଶାସନ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ…

ଥୁଆମୂଳ ରାମପୁର, ୧୦।୩ (ଦୁର୍ଗା କୀର୍ତ୍ତି): ଗଣମାଧ୍ୟମର ଶକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ’ଧରିତ୍ରୀ’ ସମେତ ବିଭିନ୍ନ ଦୈନିକ…

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା: ଗୁଣାତ୍ମକ ଶିକ୍ଷାଦାନର ଅଭିବୃଦ୍ଧି…                

ଦିଗପହଣ୍ଡି,୧୦। ୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ମଙ୍ଗଳବାର ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘ…

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri