ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି । ସେମାନେ ବୁଲା ବିକାଳୀ ସମେତ ବିଭିନ୍ନ କାର୍ଯ୍ୟକୁ ଲୋକ ଦେଖାଣିଆ କରିବା ସହ ଲୋକଙ୍କ ମନ ଜିଣିବା ପାଇଁ ବିଭିନ୍ନ ସାମଗ୍ରୀକୁ ଲୋଭନୀୟ ଓ ଶସ୍ତା ଦରରେ ବିକ୍ରି କରି ଲୋକଙ୍କ ବିଶ୍ୱାସଭାଜନ ହୋଇ ଅଞ୍ଚଳରେ ରହି ବିଭିନ୍ନ ଅନୈତିକ କାର୍ଯ୍ୟକଳାପ, ଚୋରି ଆଦି କରୁଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର କନ୍ଧମାଳ ଜିଲା ରାଷ୍ଟ୍ରୀୟ ବଜରଙ୍ଗଦଳପକ୍ଷରୁ କନ୍ଧମାଳ ଏସପିଙ୍କ ଉଦ୍ଦେଶ୍ୟରେ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲା ଅଧ୍ୟକ୍ଷ କାହ୍ନୁ ଚରଣ ଗୌଡ଼ଙ୍କ ନେତୃତ୍ୱରେ ଦାରିଙ୍ଗବାଡି ଶାଖା ପରିଚାଳକ ଦୀପକ କୁମାର ପ୍ରଧାନ,ବାଲିଗୁଡା ଶାଖା ପରିଚାଳକ ରାଜେଶ ବେହେରା
ଓ ବାବୁ ବେହେରା ପ୍ରମୁଖ ଲିଖିତ ଆକାରରେ ଅବଗତ କରାଇଥିବା କହିଛନ୍ତି । ଦାବିପତ୍ର ପାଇବା ପରେ ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିଦା କରିବାକୁ ବଜରଙ୍ଗ ଦଳ ଦାବି କରିଛି।

