କରେଣ୍ଟ ଲାଗି ହାତୀଛୁଆର ଜୀବନ ଗଲା

ବୁଗୁଡ଼ା,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡ଼ା ଓ ପିଡିପୁର ଶାସନ ମଝିରେ ଥିବା ଏକ ଧାନ କିଆରୀରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଏକ ହାତୀଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ପହଞ୍ଚି ଥିବା ବେଳେ ବନବିଭାଗ ପକ୍ଷରୁ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ବିଦ୍ୟୁତ୍‌ ଫାଶରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇ ଥିବା ତାରରେ ଲାଗି ହାତୀଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀ ଶୁଣ୍ଢରେ କରେଣ୍ଟ ଲାଗିଥିବା ଚିହ୍ନ ଦେଖାଯାଉଛି।