Categories: ଫୁରସତ

ମା’ ପାଖୁରୁ ଯାଇ ବତକକୁ ଗୋଡାଉଛି ଛୁଆ ହାତୀ, ପଡ଼ିଯିବାରୁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ହାତୀକୁ ଓ ତା ଛୁଆକୁ ଦେଖିବାକୁ ମିଳୁଛି। ମା’ ହାତୀ ଛିଡା ହୋଇଥିବା ବେଳେ ଛୁଆ ହାତୀ ସେଠରେ ଥିବା ବହୁ ବତକ ସହ ଖେଳୁଛି। ଛୁଆ ହାତୀଟି ବତକଙ୍କୁ ଗୋଡାଉଛି। ପରେ ପଡ଼ିଯିବାରୁ ମା’ ପାଖକୁ ପଳାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share