କୂଅରେ ଖସିପଡ଼ିଲା ହାତୀ ଛୁଆ

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତର ନୀତିଗୋଠ ଗ୍ରାମରେ ଜଣେ ଲୋକଙ୍କ ବାଡ଼ିରେ ଥିବା ଏକ କୂଅରେ ହାତୀ ଛୁଆ ଖସି ପଡ଼ିଛି। ଶନିବାର ଅପରାହ୍ନରେ ହାତୀ ପଲ ସହିତ ଛୁଆଟି ଯାଉଥିବା ବେଳେ ମାଧବ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଏକ ଗଭୀର କୂଅରେ ପଡ଼ି ଯାଇଥିଲା। ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖୁବଶୀଘ୍ର ଉଦ୍ଧାର ହୋଇଯିବ ବୋଲି ଡିଏଫ୍‌ଓ ଡି. ଡି. ହନୁମତ ସୂଚନା ଦେଇଛନ୍ତି। ଉକ୍ତ ହାତୀଟି ପ୍ରାୟ ବର୍ଷ କର ହେବ ବୋଲି ଜଣାପଡ଼ିଛି।