ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍ ମିଲ୍ ଛକ ପାଖ ଏକ ଚା’ ଦୋକାନ ନିକଟରରେ ବୁଲାବୁଲି କରୁଥିବା ଏକ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଥିଲା। ଶିଶୁ ଠିକ ଭାବେ ପରିଚୟ ଦେଇ ପାରୁ ନ ଥିଲା। ଏ ସମ୍ପର୍କରେ ଧରିତ୍ରୀ ପୋର୍ଟାଲରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଶିଶୁପୁତ୍ରର ମା’ ସଦର ଥାନାକୁ ଆସି ତାଙ୍କୁ ଘରକୁ ନେଇଛନ୍ତି। ଶିଶୁପୁତ୍ର ଗୋବିନ୍ଦପାଲିର ମୂଳ ବାସିନ୍ଦା ହୋଇ ଥିବାବେଳେ ତଳିପଡ଼ାରେ ମା’, ପୁଅ ଭଡ଼ାଘରେ ରହୁଛନ୍ତି। ରବିବାର ପଥର୍ଲା ଛକ ନିକଟ ଏକ ରାଇସ୍ ମିଲ୍ରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ସୋମବାର ସକାଳୁ ସେଠାରୁ ନିଖୋଜ ହୋଇ ଯାଇଥିଲେ।


