Categories: ବାଣିଜ୍ୟ

ଟ୍ରାକ୍‌କୁ ଫେରୁଛି ଅଟୋମୋବାଇଲ ବଜାର

ନୂଆଦିଲ୍ଲୀ,୨।୬: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ସାଙ୍ଗକୁ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଅଟୋମୋବାଇଲ ବଜାରର କାରବାର। ଗତ ଦୁଇବର୍ଷ ଧରି କୋଭିଡ୍‌ କଟକଣା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଗାଡ଼ି ବିକ୍ରି ମାନ୍ଦା ରହିଥିଲା। ଚଳିତ ବର୍ଷ ମେ ମାସରେ ମାରୁତି ସୁଜୁକି, ହ୍ୟୁଣ୍ଡାଇ ଓ ଟାଟା ମୋଟର୍ସ ଭଳି ପ୍ରମୁଖ ଗାଡ଼ି କମ୍ପାନୀର କାର୍‌ ବିକ୍ରି ଆଶାନୁସାରେ ବୃଦ୍ଧି ଦେଖିବାକୁ ମିଳିଛି। ବିଶ୍ୱ ବଜାରରେ ସେମିକଣ୍ଡକ୍ଟର ଅଭାବ ସତ୍ତ୍ୱେ ବି କାର୍‌ ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, କିଆ ଇଣ୍ଡିଆ, ଟୟୋଟା କିର୍ଲୋସ୍କର ମୋଟର, ସ୍କୋଡା ଭଳି ଅଗ୍ରଣୀ କମ୍ପାନୀ ଏପ୍ରିଲ ଅପେକ୍ଷା ମେ’ରେ ଭଲ ବ୍ୟବସାୟ କରିଛନ୍ତି।

Share