ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)- କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ବୁଧବାର ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ମାସ ୨ ତାରିଖ ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ମଙ୍ଗଳବାର ସକାଳ ୮ ଘଣ୍ଟା ୪୫ ମିନିଟରୁ ୯ ଟା ୫ ମିନିଟ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଭୋଗ ଲାଗିବା ପାଇଁ ସ୍ଥିର ହୋଇଛି। ଏହି ଦିନ ସର୍ବ ସାଧାରଣଙ୍କ ନିମନ୍ତେ ଦିନ ୧୦ ଟା ୫୫ ରୁ ମଧ୍ୟାହ୍ନ ୧ ଟା ୫୫ ପ୍ରର୍ଯ୍ୟନ୍ତ ନବାନ୍ନ ଭକ୍ଷଣ ଶୁଭ ବୋଲି କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଏକ ବିଜ୍ଞପ୍ତି ମାଧ୍ୟମରେ ଜନ ସାଧାରଣଙ୍କୁ ସୂଚନା ଦେଇଛନ୍ତି। ସେହିପରି ମାଁଙ୍କ ନବାନ୍ନ ସହ ଉକ୍ତ ଦିନ ଜିଲାର ଭବାନୀପାଟଣା ସମେତ ଜୟପାଟଣା, ଏମ ରାମପୁର, ଥୁଆମୁଲ ରାମପୁର,କର୍ଲାପାଟ,ମହୁଲପାଟଣା ଓ ଲାଞ୍ଜିଗଡ଼ ଆଦି ଗଡ଼ ଜାତ ଅଞ୍ଚଳର ଲୋକେ ମଧ୍ୟ ନବାନ୍ନ ଖାଇବେ।


