‘ଡାକ୍ତର ଫେରିଛି’ କ୍ଷୁଦ୍ର ଚଳଚ୍ଚିତ୍ରର ମହୁରତ

କେନ୍ଦୁଝର ୫।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଖମଣଗୋଡା ସାହି, ଗୋବିନ୍ଦପୁର ସ୍ଥିତ ପ୍ରୟାସ ସେବାଗ୍ରାମଠାରେ ଅବସ୍ଥିତ ଶିରିଡି ସାଇ ମନ୍ଦିରରେ କେନ୍ଦୁଝର ଡ୍ରାମା ସ୍କୁଲ ପ୍ରଯୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଡାକ୍ତର ଫେରିଛି’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ମହୁରତ କାର୍ଯ୍ୟକ୍ରମରେ ସମ୍ଭାବନା ପରିବାର ମୁଖ୍ୟ ସୌମ୍ୟଶଙ୍କର ଚକ୍ର (ରାଜା), ସିଟିଜି ଗ୍ରୁପ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପଲେଇ, ଘଣା ହସ୍ପିଟାଲ ମୁଖ୍ୟ ଡକ୍ଟର ସଞ୍ଜୀବ ଘଣା, ଓଲିଉଡ ଅଭିନେତା ଚିତ୍ତରଞ୍ଜନ ବିଶ୍ବାଳ, ବିନୟ ପଟ୍ଟନାୟକ, ପାର୍ଥ ମିଶ୍ର, ନିର୍ମଳ ଚନ୍ଦ୍ର ବାରିକ, ଦେବବ୍ରତ ପାଢୀ, ଚିତ୍ରଶିଳ୍ପୀ ଭୁବନ ମୋହନ ତ୍ରିପାଠୀ, ଡ୍ରାମା ସ୍କୁଲ ମୁଖ୍ୟ ଡକ୍ଟର ଗଣପତି, ପ୍ରୟାସ ପରିବାର ମୁଖ୍ୟ ଚଣ୍ଡୀପ୍ରସାଦ ପଟ୍ଟନାୟକ, ଭରସା ପରିବାର ମୁଖ୍ୟ ଲମ୍ବୋଦର ମହାନ୍ତ, କେନ୍ଦୁଝର ଖବର ସମ୍ପାଦକ ଦେବୀଶଂକର ଦାଶ, ରକ୍ତଦାତା ରାଜେଶ କୁମାର ରଣା, ରେଡିଓ ଜୁହାର ସଞ୍ଚାଳକ ସୁଶ୍ରୀ ସଙ୍ଗୀତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରୟାସ ପରିବାର ନିବେଦିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ଜନଜାତିଙ୍କ ଜୀବନ ଉପରେ ଆଧାରିତ ହୋଇଥିବା ବେଳେ ଅଙ୍କିତ ମହାପାତ୍ର ଏହାର ନିର୍ଦ୍ଦେଶନା ଦେଉଛନ୍ତି ଓ ଏହାର ବିଭିନ୍ନ ଭୂମିକାରେ ଲିପି, ଖୁସି, ଦୀପା, ସତ୍ୟ, ଦିବ୍ୟାଂଶୁ, ଟୁଟୁ, ଜ୍ୟୋତି, ରାଜେଶ ଓ ସୁଶ୍ରୀ ଅଭିନୟ କରୁଛନ୍ତି। ବଣଜଙ୍ଗଲ ଘେରା କେନ୍ଦୁଝରର ଆଖପାଖ ଅଞ୍ଚଳରେ ଫିଲ୍ମର ସୁଟିଂ କରାଯିବ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri