ଯୁଦ୍ଧ ଇତିହାସର କାହାଣୀ ଦେଖିବେ ଦର୍ଶକ

କଟକ ଅଫିସ,୧ା୧୧:ବାଲିଯାତ୍ରାରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ଝଲକ। ଯୁବପିଢ଼ିଙ୍କୁ ଆକର୍ଷଣ କରିବାକୁ ନିଆରା ଯୋଜନା ପ୍ରସ୍ତୁତି କରିଛି ଜିଲା ପ୍ରଶାସନ। ଚଳିତବର୍ଷ ବାଲିଯାତ୍ରାରେ ଭାରତୀୟ ନୈସେନାର ପରାକାଷ୍ଠା, ନୌସେନା ଜାହାଜ ଏବଂ ନୌସେନା ବ୍ୟାଣ୍ଡ ପ୍ରଦର୍ଶିତ ହେବ। ଉଦ୍‌ଘାଟନୀ ଉତ୍ସବରେ ନୌସେନା ୪୦ ମିନିଟର ବ୍ୟାଣ୍ଡ ପ୍ରଦର୍ଶନ କରିବ। ଏହାସହ ମହାନଦୀରେ ଜଳରାଶିରେ ରହିବ ନୌସେନା ଜାହାଜ। ଯାହାକୁ ଦେଖିବାର ସୁଯୋଗ ମିଳିବ ବାଲିଯାତ୍ରା ବୁଲି ଆସୁଥିବା ଦର୍ଶକଙ୍କୁ। ସାଧାରଣ ଲୋକ ଜାହାଜ ମଧ୍ୟକୁ ଯାଇ ତାହା ମଧ୍ୟରେ କ’ଣ ସବୁ ରହିଛି ବୁଲି ଦେଖିପାରିବେ। ଏଥିପାଇଁ ସ୍ବତନ୍ତ୍ର ନୌସେନା ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିସହ ସ୍ବତନ୍ତ୍ର କେଓସ୍କେ ମାଧ୍ୟମରେ ପ୍ରଦର୍ଶିତ ହେବ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ୱର ଗାଥା। ଏ ନେଇ ଆଇଏନ୍‌ଏସ୍‌ ଚିଲିକା ନୌସେନା ଅଧିକାରୀମାନେ ବାଲିଯାତ୍ରା ପଡିଆ ଓ ମହାନଦୀ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ରବିବାର ଚିଲିକା ଆଇଏନ୍‌ଏସ୍‌ ଅଧିକାରୀମାନେ ଜିଲାପଳଙ୍କ ସହ ଆଲୋଚନା କରିଥିଲେ।
ଆମର ଗର୍ବ ଏବଂ ଗୌରବ ହେଉଛି ଆଇଏନ୍‌ଏସ୍‌ ଚିଲିକା। ସେଥିପାଇଁ ସେମାନଙ୍କୁ ଯୋଗଯୋଗ କରିଥିଲି। ବାଲିଯାତ୍ରାରେ ସାମିଲ ହେବା ପାଇଁ ସେମାନ ବହୁତ ଖୁସି ଅଛନ୍ତି। ଏହି ଅବସରରେ ବୋଟ ସହ ବ୍ୟାଣ୍ଡ ମଧ୍ୟ ରହିବ ବୋଲି ଜିଲାପାଳ କହିଛନ୍ତି।
ବାହାରୁ ଆସିବେ ୩ ଖାଦ୍ୟ ସୁରକ୍ଷା ଅଧିକାରୀ
ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ ନିମନ୍ତେ ସିଏମ୍‌ସି ନିକଟରେ ଆବଶ୍ୟକତା ଅନୁସାରେ ଖାଦ୍ୟ ସୁରକ୍ଷା ଅଧିକାରୀ ନାହାନ୍ତି। ଏଥିପାଇଁ ବାହାର ସ୍ଥାନରୁ ୩ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବ। ସେମାନେ ସିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗର କମିଶନରଙ୍କୁ ସିଏମ୍‌ସି ପକ୍ଷରୁ ଚିଠି କରାଯାଇଛି ବୋଲି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।

ଆସିଲା ବାୟୋ ଟଏଲେଟ
ଚଳିତବର୍ଷ ବାଲିଯାତ୍ରାରେ ପାନୀୟ ଜଳଯୋଗାଣ ଏବଂ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଏଥି ନିମନ୍ତେ ବାଲିଯାତ୍ରା ତଳପଡ଼ିଆରେ ଜୋରସୋର କାର୍ଯ୍ୟ କରାଯାଉଛି। ଏବେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପାଣି ଟାଙ୍କି ସ୍ଥାପନ କାର୍ଯ୍ୟ ଚାଲିଥିବାବେଳେ ବାୟୋ ଟଏଲେଟ ଆସିସାରିଛି। ସିଏମସି ପକ୍ଷରୁ ଏହି ବାୟୋ ଟଏଲେଟର ବ୍ୟବସ୍ଥା କରାଯାଇଛି।

ଆଜିଠୁ ତତ୍କାଳ ପ୍ଲଟ୍‌ ପଞ୍ଜୀକରଣ, ଆବଣ୍ଟନ

ବାଲିଯାତ୍ରାରେ ବଳକା ଥିବା ପ୍ଲଟ ଆବଣ୍ଟନ କରାଯିବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ନଭେମ୍ବର ୧ ଓ ୨ ତାରିଖ ଧାର୍ଯ୍ୟ କରାଯାଇଛି। ଉକ୍ତ ଦିନ ତତ୍କାଳ ପଞ୍ଜୀକରଣ ଓ ପ୍ଲଟ ଆବଣ୍ଟନ କରାଯିବ। ପଞ୍ଜୀକରଣ ପୂର୍ବାହ୍ନ ୧୧ଟାରେ ହେବ ଓ ପ୍ଲଟ ଆବଣ୍ଟନ ଅପରାହ୍ନ ୧ଟା ୩୦ରୁ ଆରମ୍ଭ କରାଯିବ। ଯେଉଁ ବ୍ୟକ୍ତି ବା ବ୍ୟବସାୟୀ ଆଦୌ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ପୁନଃ ଯଦି ଗୋଟିଏ ପ୍ଲଟ ଉପରେ ଏକାଧିକ ଆବେଦନକାରୀ ଆବେଦନ କରନ୍ତି, ତେବେ ସେ କ୍ଷେତ୍ରରେ ନିଲାମ ମାଧ୍ୟମରେ ପ୍ଲଟ ଆବଣ୍ଟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri