ମାଟିରେ ମିଶିଲା କଳାକାର ଭବନ

ଅନୁଗୋଳ ଅଫିସ, ୧୪ା୬
(ଅମିତ କୁମାର ସାମଲ)

ଅନୁଗୋଳ ପ୍ରଶାସନ ପକ୍ଷରୁ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇ ସରକାରୀ ଜାଗାକୁ ନିଜ ଅକ୍ତିଆରକୁ ଅଣାଯାଇଛି। ମଙ୍ଗଳବାର କଳାକାର ଭବନ ସହ ସେଠାରେ ଥିବା ୨ଟି ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଯାଇଛି। ଏଥିସହ ୱାରିୟର୍ସ କ୍ଲବକୁ ପ୍ରଶାସନ ନିଜ ହେପାଜତକୁ ନେଇଛି।
ଅନୁଗୋଳ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ତହସିଲଦାର ଶାଶ୍ୱତ ରଞ୍ଜନ, ଆଡିଶନାଲ ତହସିଲଦାର ପ୍ରଶାନ୍ତ କୁମାର ସିଂହ, ସଦର ଆର୍‌ଆଇ ମିଚ୍ଛିନ୍ଦ୍ର ମଇତ୍ରୀ, ରଞ୍ଜନ ସାହୁ, ତହସିଲ କାର୍ଯ୍ୟାଳୟର ଆରଆଇ ସୁବ୍ରତ ପ୍ରଧାନ, ତାମଡା ଏନ୍‌ଫୋର୍ସମେଣ୍ଟ ଟିମ୍‌, ପୌରପାଳିକା କର୍ମଚାରୀ, ଅନୁଗୋଳ ଥାନା କର୍ମଚାରୀ ପ୍ରମୁଖ ଉଚ୍ଛେଦ କାର୍ଯ୍ୟ କରିଥିଲେ। ଦୀର୍ଘ ୩୫ ବର୍ଷ ହେବ ଅନୁଗୋଳରେ କଳାକାର ଭବନ ଗଢ଼ା ହୋଇଥିଲା। ଏହି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ କରି ପ୍ରଶଂସା ମଧ୍ୟ ସାଉଁଟିଥିଲା। କିନ୍ତୁ ସରକାରୀ ଜାଗାରେ ଉକ୍ତ ଗୃହ ନିର୍ମାଣ ହୋଇଥିବାବେଳେ କୌଣସି କାଗଜପତ୍ର ନ ଥିଲା। ତେଣୁ ଉକ୍ତ ଘରକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏଥିସହ କଳାକାର ଭବନ ଆଗରେ ଜବରଦଖଲରେ ଥିବା ୨ଟି ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ୱାରିୟର୍ସ କ୍ଲବକୁ ନେଇ ବିଭିନ୍ନ ସମୟରେ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ସେଠାରେ ୱାର୍ଡ ଅଫିସ୍‌ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ କଳାକାର ଭବନ ଉଚ୍ଛେଦ ନେଇ ଅନୁଷ୍ଠାନ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ କହିଛନ୍ତି, ସରକାରୀ ଜାଗାକୁ ଲିଜ୍‌ ଆକାରରେ ନେଇ ଚଳାଇବାକୁ ସଙ୍ଗଠନ ନିକଟରେ ସମ୍ବଳ ନ ଥିଲା। ତତ୍‌କାଳନୀ ଜିଲାପାଳ ସେ ସମୟରେ ଜାଗା ଖଣ୍ଡେ ଦେଇଥିଲେ। ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ କଳାକାରଙ୍କ ପକ୍ଷରୁ କରାଯାଉଥିଲା। ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ। ଯେଉଁମାନଙ୍କ ନିକଟରେ ଉପଯୁକ୍ତ କାଗଜପତ୍ର ନାହିଁ, ତାଙ୍କଠାରୁ ଜାଗା ସରକାରୀ ଖାତାକୁ ଫେରାଇ ଅଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri