ଶିଳ୍ପୀ ଅଣଦେଖା

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟ ଶିଳ୍ପୀ ମହାସଂଘ ପକ୍ଷରୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ କାରିଗର ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ମହାସଂଘ ଯୁକ୍ତି ବାଢିଛି, ଯାହାକି ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ବିକାଶରେ ବାଧା ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ସୁନାମକୁ ମଳିନ କରୁଛି ବୋଲି ଆଲୋଚନା ହେଉଛି।

ରାଜ୍ୟର ବହୁ ପ୍ରତିଷ୍ଠିତ ଏବଂ ଆଗଧାଡ଼ିର ଶିଳ୍ପୀଙ୍କ କହିବାନୁଯାୟୀ, ୨୦୧୨ରୁ ଭୁବନେଶ୍ୱର ଜନତା ମଇଦାନଠାରେ ତୋଷାଳି ମେଳା ଆୟୋଜନ ହୋଇଆସୁଛି। ଏହି ମେଳା ସାରା ଦେଶରେ ସୁନାମ ଅର୍ଜନ କରିଛି। ଏହାର ଉଦ୍‌ଘାଟନ ସମୟରେ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଠ ଶିଳ୍ପୀଙ୍କୁ ‘ଜୀବନବ୍ୟାପୀ ସାଧନା ପୁରସ୍କାର’ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ‘ଜୀବନବ୍ୟାପୀ ସାଧନା ପୁରସ୍କାର’ ପାଇଁ ରାଜ୍ୟର ସୁନାମଧନ୍ୟ ସ୍ଥପତି ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ନାମ ମନୋନୀତ ହୋଇଥିଲା। କିନ୍ତୁ ଏଥିରେ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ବ୍ୟକ୍ତିଗତ ଆକ୍ରୋଶ ପାଇଁ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ବଞ୍ଚିତ ହେବାକୁ ପଡ଼ିଲା ବୋଲି ମହାସଂଘ ଜଣାଇଛି। ବାଦବିବାଦ ମଧ୍ୟରେ ଏବର୍ଷ ‘ଜୀବନବ୍ୟାପୀ ସାଧନା ପୁରସ୍କାର’ କାହାକୁ ପ୍ରଦାନ କରାଯାଇ ନାହିଁ। ଗତ ଜାନୁୟାରୀ ୨୫ ତାରିଖରେ ପଦ୍ମଶ୍ରୀ ସୁଦର୍ଶନ ସାହୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ସେହି ଶିଳ୍ପୀଙ୍କୁ ସମ୍ମାନିତ କରିବାର ସୁଯୋଗ ହରାଇଲେ ବୋଲି ଶିଳ୍ପୀ ସଂଘ ଅଭିଯୋଗ ଆଣିଛି। ଯେଉଁଥିଲାଗି ଶିଳ୍ପୀଙ୍କ ନିକଟରେ ରାଜ୍ୟ ସରକାରଙ୍କ ଛବି ମଳିନ ପଡ଼ିଥିବାର ଯୁକ୍ତି ଦର୍ଶାଯାଇଛି। ସେହିପରି ଶିଳ୍ପୀ ସଂଘ ପକ୍ଷରୁ ଆହୁରି ଅଭିଯୋଗ ହୋଇଛି ଯେ, ଗତ ୫ ମାର୍ଚ୍ଚ ୨୦୧୯ରେ ସରକାର ରାଜ୍ୟ ଶିଳ୍ପୀ ଓ ବୁଣାକାର ସାମାଜିକ ସୁରକ୍ଷା ପାଇଁ ମାସିକ ଆର୍ଥତ୍କ ସହାୟତା ଘୋଷଣା କରିଥିଲେ। ହେଲେ ଏ କ୍ଷେତ୍ରରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରଚେଷ୍ଟା ରହିଲା ନାହିଁ, ଯେଉଁଥିଲାଗି ଏ ପର୍ଯ୍ୟନ୍ତ କାରିଗରମାନେ ସହାୟତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଅନ୍ୟପଟେ ୨୦୧୮ ମାର୍ଚ୍ଚ ୨୨ରେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ଉଦ୍‌ଘାଟିତ ହୋଇଥିଲା। ପରିଷଦର ପରିଚାଳନା ପାଇଁ ରାଜ୍ୟର ବିଶିଷ୍ଠ ଶିଳ୍ପୀ, ବୁଣାକାର ଓ ସରକାରୀ ଅଧିକାରୀଙ୍କୁ ନେଇ ଏକ ୨୨ଜଣିଆ ବୋର୍ଡ ଗଠନ ହେଲା। ପରିଷଦକୁ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ମଧ୍ୟ ପ୍ରଦାନ କଲେ। ହେଲେ ବିଡ଼ମ୍ବନାର ବିଷୟ ଏହି ଅର୍ଥରୁ ଟଙ୍କାଟିଏ ଖର୍ଚ୍ଚ ହୋଇପାରିଲା ନାହିଁ। ପରିଷଦ ପାଇଁ ଅଫିସ ଗୃହ ଓ କର୍ମଚାରୀଙ୍କ ବ୍ୟବସ୍ଥା ନ କରି ଶେଷରେ ୨୦୧୯ ମେ’ ମାସରେ ବିକାଶ ପରିଷଦର ବୋର୍ଡ ଭାଙ୍ଗି ଦିଆଯାଇଥିବା ନେଇ ଚିଠି ହୋଇଗଲା। ଏହାପରଠାରୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦର ନୂତନ ବୋର୍ଡ ଗଠନ ହେଉନାହିଁ। ସେହିପରି କରୋନା ସମୟରେ ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃ ନିଯୁକ୍ତି ଉପରେ ରୋକ ଲଗାଇଥିବାବେଳେ ଏହି ବିଭାଗରେ କିନ୍ତୁ ଉକ୍ତ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଦିଆଯାଇଛି। ଏଭଳି ପୁନଃନିଯୁକ୍ତି ପ୍ରକ୍ରିୟା ରାଜ୍ୟ କାରିଗରଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏଭଳି ନିଷ୍ପତ୍ତି ଯୋଗୁ ପଦୋନ୍ନତି ଅପେକ୍ଷାରେ ଥିବା ଅନ୍ୟ ଅଧିକାରୀଙ୍କୁ ମଧ୍ୟ ହତୋତ୍ସାହିତ ହେବାକୁ ପଡୁଛି। ଗୋଟିଏପଟେ ରାଜ୍ୟ ସରକାର ଉତ୍କଳିକା, ବୟନିକା, ସେରିଫେଡ ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ଉପତ୍ାଦିତ ସାମଗ୍ରୀ କିଣିବାକୁ ୩୦କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ହେଲେ ଏଥିରେ ମଧ୍ୟ ଅବହେଳା କରାଯାଉଥିବା ଦେଖିବାକୁ ମିଳୁଛି। ଏହି ଅର୍ଥର ସମ୍ପୂର୍ଣ୍ଣ ବିନିଯୋଗ ହୋଇପାରି ନାହିଁ। ନିର୍ଦ୍ଦିଷ୍ଟ କେତେଜଣ ଅଧିକାରୀଙ୍କୁ ହାତ କରି ରାଜ୍ୟ ବାହାର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ସଂଘ ମତ ରଖିଛି। ଏନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଶୁଭା ଶର୍ମାଙ୍କୁ ତାଙ୍କ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri