ଶିଳ୍ପୀ ଅଣଦେଖା

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟ ଶିଳ୍ପୀ ମହାସଂଘ ପକ୍ଷରୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ କାରିଗର ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ମହାସଂଘ ଯୁକ୍ତି ବାଢିଛି, ଯାହାକି ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ବିକାଶରେ ବାଧା ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ସୁନାମକୁ ମଳିନ କରୁଛି ବୋଲି ଆଲୋଚନା ହେଉଛି।

ରାଜ୍ୟର ବହୁ ପ୍ରତିଷ୍ଠିତ ଏବଂ ଆଗଧାଡ଼ିର ଶିଳ୍ପୀଙ୍କ କହିବାନୁଯାୟୀ, ୨୦୧୨ରୁ ଭୁବନେଶ୍ୱର ଜନତା ମଇଦାନଠାରେ ତୋଷାଳି ମେଳା ଆୟୋଜନ ହୋଇଆସୁଛି। ଏହି ମେଳା ସାରା ଦେଶରେ ସୁନାମ ଅର୍ଜନ କରିଛି। ଏହାର ଉଦ୍‌ଘାଟନ ସମୟରେ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଠ ଶିଳ୍ପୀଙ୍କୁ ‘ଜୀବନବ୍ୟାପୀ ସାଧନା ପୁରସ୍କାର’ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ‘ଜୀବନବ୍ୟାପୀ ସାଧନା ପୁରସ୍କାର’ ପାଇଁ ରାଜ୍ୟର ସୁନାମଧନ୍ୟ ସ୍ଥପତି ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ନାମ ମନୋନୀତ ହୋଇଥିଲା। କିନ୍ତୁ ଏଥିରେ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ବ୍ୟକ୍ତିଗତ ଆକ୍ରୋଶ ପାଇଁ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ବଞ୍ଚିତ ହେବାକୁ ପଡ଼ିଲା ବୋଲି ମହାସଂଘ ଜଣାଇଛି। ବାଦବିବାଦ ମଧ୍ୟରେ ଏବର୍ଷ ‘ଜୀବନବ୍ୟାପୀ ସାଧନା ପୁରସ୍କାର’ କାହାକୁ ପ୍ରଦାନ କରାଯାଇ ନାହିଁ। ଗତ ଜାନୁୟାରୀ ୨୫ ତାରିଖରେ ପଦ୍ମଶ୍ରୀ ସୁଦର୍ଶନ ସାହୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ସେହି ଶିଳ୍ପୀଙ୍କୁ ସମ୍ମାନିତ କରିବାର ସୁଯୋଗ ହରାଇଲେ ବୋଲି ଶିଳ୍ପୀ ସଂଘ ଅଭିଯୋଗ ଆଣିଛି। ଯେଉଁଥିଲାଗି ଶିଳ୍ପୀଙ୍କ ନିକଟରେ ରାଜ୍ୟ ସରକାରଙ୍କ ଛବି ମଳିନ ପଡ଼ିଥିବାର ଯୁକ୍ତି ଦର୍ଶାଯାଇଛି। ସେହିପରି ଶିଳ୍ପୀ ସଂଘ ପକ୍ଷରୁ ଆହୁରି ଅଭିଯୋଗ ହୋଇଛି ଯେ, ଗତ ୫ ମାର୍ଚ୍ଚ ୨୦୧୯ରେ ସରକାର ରାଜ୍ୟ ଶିଳ୍ପୀ ଓ ବୁଣାକାର ସାମାଜିକ ସୁରକ୍ଷା ପାଇଁ ମାସିକ ଆର୍ଥତ୍କ ସହାୟତା ଘୋଷଣା କରିଥିଲେ। ହେଲେ ଏ କ୍ଷେତ୍ରରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରଚେଷ୍ଟା ରହିଲା ନାହିଁ, ଯେଉଁଥିଲାଗି ଏ ପର୍ଯ୍ୟନ୍ତ କାରିଗରମାନେ ସହାୟତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଅନ୍ୟପଟେ ୨୦୧୮ ମାର୍ଚ୍ଚ ୨୨ରେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ଉଦ୍‌ଘାଟିତ ହୋଇଥିଲା। ପରିଷଦର ପରିଚାଳନା ପାଇଁ ରାଜ୍ୟର ବିଶିଷ୍ଠ ଶିଳ୍ପୀ, ବୁଣାକାର ଓ ସରକାରୀ ଅଧିକାରୀଙ୍କୁ ନେଇ ଏକ ୨୨ଜଣିଆ ବୋର୍ଡ ଗଠନ ହେଲା। ପରିଷଦକୁ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ମଧ୍ୟ ପ୍ରଦାନ କଲେ। ହେଲେ ବିଡ଼ମ୍ବନାର ବିଷୟ ଏହି ଅର୍ଥରୁ ଟଙ୍କାଟିଏ ଖର୍ଚ୍ଚ ହୋଇପାରିଲା ନାହିଁ। ପରିଷଦ ପାଇଁ ଅଫିସ ଗୃହ ଓ କର୍ମଚାରୀଙ୍କ ବ୍ୟବସ୍ଥା ନ କରି ଶେଷରେ ୨୦୧୯ ମେ’ ମାସରେ ବିକାଶ ପରିଷଦର ବୋର୍ଡ ଭାଙ୍ଗି ଦିଆଯାଇଥିବା ନେଇ ଚିଠି ହୋଇଗଲା। ଏହାପରଠାରୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦର ନୂତନ ବୋର୍ଡ ଗଠନ ହେଉନାହିଁ। ସେହିପରି କରୋନା ସମୟରେ ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃ ନିଯୁକ୍ତି ଉପରେ ରୋକ ଲଗାଇଥିବାବେଳେ ଏହି ବିଭାଗରେ କିନ୍ତୁ ଉକ୍ତ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଦିଆଯାଇଛି। ଏଭଳି ପୁନଃନିଯୁକ୍ତି ପ୍ରକ୍ରିୟା ରାଜ୍ୟ କାରିଗରଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏଭଳି ନିଷ୍ପତ୍ତି ଯୋଗୁ ପଦୋନ୍ନତି ଅପେକ୍ଷାରେ ଥିବା ଅନ୍ୟ ଅଧିକାରୀଙ୍କୁ ମଧ୍ୟ ହତୋତ୍ସାହିତ ହେବାକୁ ପଡୁଛି। ଗୋଟିଏପଟେ ରାଜ୍ୟ ସରକାର ଉତ୍କଳିକା, ବୟନିକା, ସେରିଫେଡ ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ଉପତ୍ାଦିତ ସାମଗ୍ରୀ କିଣିବାକୁ ୩୦କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ହେଲେ ଏଥିରେ ମଧ୍ୟ ଅବହେଳା କରାଯାଉଥିବା ଦେଖିବାକୁ ମିଳୁଛି। ଏହି ଅର୍ଥର ସମ୍ପୂର୍ଣ୍ଣ ବିନିଯୋଗ ହୋଇପାରି ନାହିଁ। ନିର୍ଦ୍ଦିଷ୍ଟ କେତେଜଣ ଅଧିକାରୀଙ୍କୁ ହାତ କରି ରାଜ୍ୟ ବାହାର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ସଂଘ ମତ ରଖିଛି। ଏନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଶୁଭା ଶର୍ମାଙ୍କୁ ତାଙ୍କ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri