କାର୍ଯ୍ୟକ୍ଷମ ହେବ କଳାକୃତି ଗ୍ରାମ

ଢେଙ୍କାନାଳ ଅଫିସ୍‌, ୬।୪ – ଗ୍ରାମୀଣ ପର୍ଯ୍ୟଟନରେ ସାମିଲ ହୋଇଥିବା ଢେଙ୍କାନାଳର କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁର ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଡୋକ୍ରା ହସ୍ତଶିଳ୍ପକୁ ନେଇ ସମୃଦ୍ଧ ଏହି ଅଞ୍ଚଳକୁ ଜାତୀୟସ୍ତରରେ ପରିଚିତି କରାଇବାକୁ ଏଠାରେ ‘ଢେଙ୍କାନାଳ ମହୋତ୍ସବ’ ଆୟୋଜନ କରାଯିବ। ଏଥିଲାଗି ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ପ୍ରକୃତି ପର୍ଯ୍ୟଟନ ପାଇଁ ବିଶ୍ୱସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲାର ସପ୍ତଶଯ୍ୟା। ଏହାକୁ ରୁରାଲ ଟୁରିଜମ୍‌ରେ ସାମିଲ କରି ଜିଲାର କଳା, ଐତିହ୍ୟ, ସଂସ୍କୃତିକୁ ପ୍ରୋତ୍ସାହିତ କରାଇବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିଲାଗି ପ୍ରସିଦ୍ଧ ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀ-ନବଜୀବନପୁରକୁ ଚିହ୍ନଟ କରାଯାଇଥିଲା। ୨୦୧୬-୧୭ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ପରେ ଆଉ ୨କୋଟି ଟଙ୍କା ଅନୁଦାନ ମିଳିଥିଲା। ଉକ୍ତ ଅର୍ଥରେ ଡୋକ୍ରା ହସ୍ତଶିଳ୍ପ ନିର୍ମାଣ ନିମନ୍ତେ ଏକ ହଲ୍‌, ସାମଗ୍ରୀ ବିକ୍ରୟ ପ୍ରଦର୍ଶନ କେନ୍ଦ୍ର, ମୁଖଶାଳା, ବୈଠକଗୃହ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ୨୦୧୯ ଅଗଷ୍ଟରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇସାରିଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତାରୁ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ଜିଲାପାଳ ସରୋଜ କୁମାର ସେଠୀ ଏହାର ସମୀକ୍ଷା କରିବା ପରେ ସପ୍ତଶଯ୍ୟାରେ ପର୍ଯ୍ୟଟନର ବିକାଶ, ଡୋକ୍ରା ଶିଳ୍ପର ପ୍ରଚାରପ୍ରସାର ପାଇଁ କଳାକୃତି ଗ୍ରାମ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ଶେଷ ସୁଦ୍ଧା କିମ୍ବା ମେ ପ୍ରଥମ ସପ୍ତାହରେ ଏହାର ଆରମ୍ଭ ହେବାର ସମ୍ଭାବନା ରହିଛି। ଏଠାରେ ଡୋକ୍ରା ସାମଗ୍ରୀ ବିକ୍ରି କରିବା ଲାଗି ୨୭ଟି ଦୋକାନ ମଧ୍ୟ ଖୋଲାଯିବ। ଏହାର ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ। ବାହାରୁ ପ୍ରତିଷ୍ଠିତ କୁଶଳୀ କାରିଗରଙ୍କୁ ଆଣି ସ୍ଥାନୀୟ କାରିଗରଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ। କଳାକୃତି ଗ୍ରାମ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ୧୨୦ରୁ ଊର୍ଦ୍ଧ୍ୱ ଡୋକ୍ରା କାରିଗରଙ୍କ ଜୀବିକାର୍ଜନର ମାର୍ଗ ପ୍ରଶସ୍ତ ହେବ। ଦେଶ, ବିଦେଶରୁ ପର୍ଯ୍ୟଟକ ଆସିଲେ ପୁଞ୍ଜିପ୍ରବାହ ହେବ ଏବଂ ଢେଙ୍କାନାଳ ପର୍ଯ୍ୟଟନକୁ ବଳ ମିଳିବ।
ଜିଲାର କଳା ସଂସ୍କୃତିକୁ ଅଧିକ ଲୋକାଭିମୁଖୀ କରିବା ଲାଗି ପ୍ରତିବର୍ଷ ‘ଢେଙ୍କାନାଳ ମହୋତ୍ସବ’ ଆୟୋଜନ କରାଯାଉଥିଲା। ତେବେ ବିଭିନ୍ନ କାରଣରୁ ୨୦୧୬ରୁ ଏହା ବନ୍ଦ ହୋଇଯାଇଛି। ଚଳିତ ବର୍ଷ ସଦେଇବେରେଣୀ-ନବଜୀବନପୁରରେ ପୁନର୍ବାର ଢେଙ୍କାନାଳ ଜିଲା ମହୋତ୍ସବର ଆୟୋଜନ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।
ଏ ସଂକ୍ରାନ୍ତରେ ଜିଲାପାଳ ସେଠୀ କୁହନ୍ତି, ଜିଲାର ପର୍ଯ୍ୟଟନର ବିକାଶ ଲାଗି ବିଶେଷ ଗୁରୁତ୍ୱ ଦିଆଯାଉଛି। କପିଳାସ, ସପ୍ତଶଯ୍ୟା, ଯୋରନ୍ଦା ଭଳି ପ୍ରସିଦ୍ଧ ସ୍ଥାନକୁ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଦେଇବେରେଣୀ-ନବଜୀବନପୁରରେ କଳାକୃତି ଗ୍ରାମ ନିର୍ମାଣ କରାଯାଇଛି। ଉକ୍ତ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହିବା, ଖାଇବା, ବିଶ୍ରାମ କରିବା ଲାଗି ସମସ୍ତ ସୁବିଧା ଉପଲବ୍ଧ ହେବ। ଅଞ୍ଚଳରେ ହୋଟେଲ ବ୍ୟବସ୍ଥା କରାଯିବାକୁ ଉଦ୍ୟମ ଜାରି ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri