ଚିଲିକାରେ ୭ ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ, ୧୮ା୧୨(ଡି.ଏନ୍‌.ଏ.): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି। ୧୫ ତାରିଖ(ଗୁରୁବାର) ସୁଦ୍ଧା ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୭ ଲକ୍ଷ ୭ ହଜାର ୪୪୧ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଚିଲିକା ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ ଲକ୍ଷ ୧୨ ହଜାର ୧୭୮ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଭୂଷଣ୍ଡପୁର, ମଙ୍ଗଳାଯୋଡ଼ି, ସୋରଣ, ସୁନ୍ଦରପୁର, କାଳୁପଡ଼ା, ସାତପଡ଼ା, ଗୁରୁବାଇ, ନୂଆପଡ଼ା, କୃଷ୍ଣପ୍ରସାଦ, ଜହ୍ନିକୁଦା, ସିପକୁଦା, ବାଲିପାଟପୁର ଓ ରମ୍ଭା ଆଦି ଅଞ୍ଚଳରେ ୩ ଲକ୍ଷ ୯୫ ହଜାର ୨୬୩ ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ନର୍ଦ୍ଦର୍ନ ପିଣ୍ଟେଲ୍‌, ଗର୍ଡଓ୍ବାଲ୍‌, ସୋଭଲର, କମନ ସେଲଡକ୍‌, ବ୍ଲାକ୍‌ ଟେଲ୍‌ଡ ଗଡଓ୍ବିଟି, ବାର୍ଡ ହେଡେଡ୍‌ ଗୁଚ୍‌, ଫ୍ଲେମିଙ୍ଗୋ ଆଦି ପ୍ରଜାତିର ପକ୍ଷୀ ରହିଛନ୍ତି। ଗତବର୍ଷ ସମଗ୍ର୍ର ଚିଲିକାକୁ ୧୦ ଲକ୍ଷ ୭୪ ହଜାର ପକ୍ଷୀ ଆଗମନ କରିଥିବା ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା। ଚଳିତ ବର୍ଷ ଶୀତ ପଡ଼ିବାରେ ବିଳମ୍ବ ଯୋଗୁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବା ଆଶଙ୍କା କରାଯାଇଛି।

ଚିଲିକାକୁ ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ଶୀତ ପଡ଼ିବାରେ ବିଳମ୍ବ ଯୋଗୁ ପକ୍ଷୀଙ୍କ ଆଗମନରେ ବାଧା ଉପୁଜିଥିଲା। ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଆସନ୍ତା ୨୧ ତାରିଖରେ ଚିଲିକାରେ ଡଲ୍‌ଫିନ୍‌ ଗଣନା ହେବାକୁ ଥିବା ବେଳେ ଜାନୁୟାରୀ ୪ରେ ପକ୍ଷୀ ଗଣନା ହେବ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପକ୍ଷୀଙ୍କ ବିଚରଣରେ ଯେପରି ବାଧା ନ ଉପୁଜିବ ସେଥିଲାଗି ଗଣନାର ୧୦ ଦିନ ପୂର୍ବରୁ ନଳବଣ ନିଷିଦ୍ଧାଞ୍ଚଳକୁ ଡଙ୍ଗା ଏବଂ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଡିସେମ୍ବର ୨୧ରୁ ୨୩ ତିନିଦିନ ବ୍ୟାପୀ ସମଗ୍ର ଚିଲିକାରେ ଡଲଫିନ୍‌ ଗଣନା ହେବ। ଏଥିପାଇଁ ୨୦ ତାରିଖରେ ଡଲଫିନ୍‌ ଅଭୟାରଣ୍ୟ କୁହାଯାଉଥିବା ସାତପଡ଼ା ଏବଂ ବାଲୁଗାଁଠାରେ ପୃଥକ୍‌ ଭାବେ ଗଣନାକାରୀଙ୍କୁ ତାଲିମ ଦିଆଯିବ। ସାତପଡ଼ାରେ ୮ଟି ଏବଂ ବାଲୁଗାଁରେ ୧୦ ଟିମ୍‌ ରହି ଡଲଫିନ୍‌ ଗଣନା କରିବେ। ଏଥିରେ ଡଙ୍ଗା ଚାଳକ ଏବଂ ଗଣନାକାରୀଙ୍କୁ ମିଶାଇ ମୋଟ୍‌ ୧୪୦ ଜଣ ଅଂଶଗ୍ରହଣ କରିବେ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଗତବର୍ଷ ସମଗ୍ର ଚିଲିକାରେ ୧୬୭ଟି ଡଲ୍‌ଫିନ ଦୃଷ୍ଟିଗୋଚର ହୋଇଥିବା ଗଣନାରୁ ଜଣାପଡ଼ିଥିଲା।
ସେହିପରି ଜାନୁୟାରୀ ୩ ରେ ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ରଠାରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦିଆଯିବ। ୪ ତାରିଖ ଭୋରରୁ ଚିଲିକା ମଧ୍ୟରେ ୨୦ଟି ଦଳ ଗଣନା କରିବେ। ପ୍ରତି ଦଳରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୫ଜଣ ସଦସ୍ୟ ରହିବେ। ଏଥିପାଇଁ ପ୍ରତ୍ୟେକ ଟିମକୁ ଗଣନା କାର୍ଯ୍ୟ ପାଇଁ ଜିପିଏସ୍‌, ବାଇନାକୁଲାର ଏବଂ ୱାକିଟକି ଆଦି ଯନ୍ତ୍ର ଯୋଗାଇ ଦିଆଯିବ। ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ ବୋଲି ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି। ଏହି ଗଣନା ଦଳରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟି, ୱାଇଲ୍ଡ ଓଡ଼ିଶା, ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ପକ୍ଷୀ ବିଶାରଦମାନେ ସାମିଲ ହେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri