ବ୍ୟବସ୍ଥା ଥାଇ ବାହାରେ

ରୂପାନ୍ତରୀକରଣ ପରେ ବଦଳିଛି ବିଦ୍ୟାଳୟର କଳେବର। ସୁଦୃଢ଼ ହୋଇଛି ଶୈଖିକ ଭିତ୍ତିଭୂମି। ହେଲେ ସରକାର କରିଥିବା ସୁବିଧାର ହେଉନି ସଦ୍‌ବ୍ୟବହାର। ଚକାଚକ୍‌ ଡାଇନିଂ ହଲ୍‌ ବ୍ୟବସ୍ଥା ଥାଇ ମଧ୍ୟ ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ପିଲା। ଅନୁଗୋଳସ୍ଥିତ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଥିବା ଏପରି ଦୃଶ୍ୟ ଚକିତ କରିଦେଇଛି ଅନେକଙ୍କୁ।

ଅନୁଗୋଳ,୯।୭(ଅମିତ କୁମାର ସାମଲ)ଥାଳିରେ ଖାଇବା ଧରି କେତେଜଣ ନୂଳକୂଅ ଚଟାଣ ଉପରେ ବସିଛନ୍ତି ତ ଆଉ କେତେଜଣ ଗଛମୂଳେ। ବର୍ଷା ଭିଜା ମାଟି ଉପରେ ବସି ମଧ୍ୟ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା। ପରିବେଶ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ନ ହେଲେ ବି ଡାଇନିଂ ହଲ୍‌ ଥାଉ ଥାଉ ଅନୁଗୋଳ ସହର ଉପକଣ୍ଠ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି କେତେଜଣ ଅଭିଭାବକ। ଏପରି କି ଡାଇନିଂ ହଲ୍‌ରେ ତାଲା ପକାଯାଇଥିବା ନେଇ ଅଭିଯୋଗ କରିଛନ୍ତି ସେମାନେ।
ଅନୁଗୋଳ ଜିଲାରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ସମୟରେ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ସାମିଲ କରାଯାଇଥିଲା। ଜିଲାପାଳ ମଧ୍ୟ ଏହି ବିଦ୍ୟାଳୟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ଅତ୍ୟାଧୁନିକ କରାଯାଇଥିଲା। ଗୁଣାତ୍ମକ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନକୁ ଅଧିକ ସ୍ବାସ୍ଥ୍ୟକର କରିବା ପାଇଁ ଡାଇନିଂ ହଲ୍‌ର ବ୍ୟବସ୍ଥା କରାଯାଇଥିଲା। ମୋ ସ୍କୁଲ ଅଭିଯାନରେ ଏହି ହଲ୍‌ରେ ଟେବୁଲ୍‌ ଓ ବେଞ୍ଚ ପକାଇବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଥିଲା। କିନ୍ତୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ଏହାର କିପରି ସଦ୍‌ବ୍ୟବହାର କରାଯିବ, ସେ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତପତ୍ର ନ ଥିବା କୁହାଯାଉଛି। କାରଣ ସ୍କୁଲରେ ଥିବା ଡାଇନିଂ ହଲ୍‌ରେ ତାଲା ଠୁଙ୍କା ଯାଇ ପିଲାଙ୍କୁ ବାହାରେ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ବର୍ଷା ଦିନ ହୋଇଥିଲେ ବି ପିଲାମାନେ ଯେପରି ସୁସ୍ଥକର ବାତାବରଣ ଭିତରେ ମଧ୍ୟାହ୍ନ ଭୋଜନ ଖାଇବେ ସେଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନ ଥିବା କେତେଜଣ ଅଭିଭାବକ ପ୍ରକାଶ କରିଛନ୍ତି। କେବଳ ଅଧିକାରୀମାନଙ୍କ ପରିଦର୍ଶନ ସମୟରେ ଡାଇନିଂ ହଲ୍‌ ଖୋଲାଯାଉଥିବା ସେମାନେ କହିିଛନ୍ତି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ ପିଲାଙ୍କ ମୁଣ୍ଡରେ ଦୋଷ ବୋଳି କର୍ତ୍ତୃପକ୍ଷ ଖସିଯାଉଥିବା ସମ୍ପୃକ୍ତ ଅଭିଭାବକମାନେ ପ୍ରକାଶ କରିଛନ୍ତି। ଯଦି ଆଗାମୀ ଦିନରେ ବ୍ୟବସ୍ଥାରେ ସୁଧାର ଅଣା ନ ଯାଏ, ତା’ହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri