Categories: ଜାତୀୟ

୩୦୦ କୋଟିର ଯୁଦ୍ଧାସ୍ତ୍ର କିଣିବ ସେନା

ନୂଆଦିଲ୍ଲୀ,୧୬।୭: ଚାଇନା ସହ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସେନାକୁ ସଶକ୍ତ କରିବା ଓ ଅତ୍ୟାଧୁନିକ ଶସ୍ତ୍ର ଯୋଗାଇ ଦେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚଳାଇଛି। ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଏସି (ଡିଫେନ୍ସ ଆକ୍ୱିଜିଶନ କାଉନ୍‌ସିଲ) ବୈଠକରେ ୩୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ଲାଗି ସେନାକୁ ଅନୁମତି ଦିଆଯାଇଛି। ରୁଷିଆଠାରୁ ୨୧ ମିଗ୍‌-୨୯ ବିମାନ, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌)ଠାରୁ ୧୨ ନୂଆ ସୁଖୋଇ-୩୦ ଲଢ଼ୁଆ ବିମାନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ର କିଣିବା ଲାଗି ପ୍ରସ୍ତାବ ରହିଛି। ୬ ମାସରେ ଏସବୁ ଚୂଡ଼ାନ୍ତ କରି ବର୍ଷକ ମଧ୍ୟରେ ଆଣିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share