ଗଞ୍ଜାମରେ ୧୩ ହସ୍ପିଟାଲର ରୂପ ବଦଳିବ

ଛତ୍ରପୁର,୬ା୨(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୫-ଟି ଆଧାରରେ ୧୩ ହସ୍ପିଟାଲର ରୁପାନ୍ତରୀକରଣ ଲାଗି ଚୂଡାନ୍ତ ହୋଇଛି ା ଜିଲାରେ ଥିବା ୧୩ ବିଧାନସଭା ନିର୍ବାଚମଣ୍ଡଳୀରେ ଗୋଟିଏ ଲେଖାଏ ହସ୍ପିଟାଲକୁ ଏଥିରେ ସାମିଲ କରାଯିବ। ସେଥିମଧ୍ୟରେ ବ୍ରହ୍ମପୁରର ସିଟି ହସ୍ପିଟାଲ (ଜିଲା ହେଡକ୍ୱାର୍ଟର ହସ୍ପିଟାଲ), ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ଏବଂ କୋଦଳା, ପୋଲସରା, ଖଲ୍ଲିକୋଟ, କେଳୁଆପଲ୍ଳୀ, ଆଡପଡା, ଚିକିଟି, ସୋରଡା ଓ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ା ଏସବୁ ହସ୍ପିଟାଲ ରୁପାନ୍ତରୀକରଣ ଲାଗି ୭୭ କୋଟି ୪୯ ଲକ୍ଷ ୧୨ ହଜାର ଟଙ୍କା ଖର୍ଚ୍ଚ ହେବ ା ଏ ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପକ୍ଷରୁ ଏକ ଆକ୍ସନ ପ୍ଲାନ୍‌ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ସଚିବଙ୍କୁ ପଠାଯାଇଥିବା ସୂଚନା ମିଳିଛି ା ଏଥିସହ ରୁପାନ୍ତରୀକରଣ କାର୍ଯ୍ୟ ପାଇଁ ଆର୍କିଟେକ୍‌ମାନଙ୍କ ସହାୟତା ନିଆଯାଇଛି ା ୭ ତାରିଖ ସୁଦ୍ଧା ଆର୍କିଟେକର ବିସ୍ତୃତ ତଥା ଚୂଡାନ୍ତ ରିପୋର୍ଟ ଦାଖଲ ହେବ ା
ମିଳିଥିବା ସୂଚନା ଅନୁସାରେ ସିଟି ହସ୍ପିଟାଲ ଲାଗି ୧୧.୨୪ କୋଟି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପାଇଁ ୬.୧୨ କୋଟି, ଛତ୍ରପୁର ପାଇଁ ୮.୨୭ କୋଟି, ହିଞ୍ଜିଳି ପାଇଁ ୫.୫୩ କୋଟି, ଆସିକା ପାଇଁ ୭.୬୨ କୋଟି, ପୋଲସରା ସିଏଚସି ପାଇଁ ୪.୦୭ କୋଟି, କୋଦଳା ପାଇଁ ୪.୦୯ କୋଟି, ଖଲ୍ଲିକୋଟ ପାଇଁ ୪.୨୩ କୋଟି, କେଲୁଆପଲ୍ଳୀ ପାଇଁ ୪.୭୭ କୋଟି, ଆଡପଡା ପାଇଁ ୬.୨୬ କୋଟି, ଚିକିଟି ପାଇଁ ୫.୪୫ କୋଟି, ସୋରଡା ପାଇଁ ୪.୭୧ କୋଟି ଏବଂ ଦିଗପହଣ୍ଡି ସିଏଚସି ପାଇଁ ୫.୦୬ କୋଟି ଖର୍ଚ୍ଚ ହେବ ା ହସ୍ପିଟାଲକୁ କୌଣସି ରୋଗୀ ଆସିଲେ ଯେପରି ସନ୍ତୋଷ ବ୍ୟକ୍ତ କରି ଫେରିବ ଏବଂ ଏହାକୁ ପ୍ରାଥମିକତା ଦେଇ ୫-ଟି ରୁପାନ୍ତରୀକରଣର ଉଦ୍ଦେଶ୍ୟ ବୋଲି କୁହାଯାଇଛି ା ରୁପାନ୍ତରୀକରଣ ହେବାକୁ ଥିବା ହସ୍ପିଟାଲ ଗୁଡିକର ଭିତ୍ତିଭୂମି ସୁଦୃଢ ସହ କୋଠାର ଉନ୍ନତୀକରଣ, ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଆଦି ଷ୍ଟାଫ୍‌ ସଂଖ୍ୟା ବୃଦ୍ଧି, ପାଇଖାନା, ପାନୀୟଜଳ, ପରିମଳ ସହ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri