୧୭୬ ଦେଶରେ ବ୍ୟବହାର ହେଉଛି ଓଡ଼ିଆ ଛାତ୍ର ଦେବାଶିଷଙ୍କ ଆପ୍‌

ଯୋଡ଼ା,୨୮।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଛାତ୍ର ଦେବାଶିଷ ବେହେରା ଫିଜବି ମୋବାଇଲ ଆପ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଆପ୍‌ ଜରିଆରେ ଫ୍ରି ଆଣ୍ଡ୍‌ ସିକ୍ୱର ଭାବେ ଭିଡିଓ କନଫରେନ୍ସିଂ ସେବା ଉପଲବ୍ଧ ରହିଛି। ଏକକାଳୀନ ୭୦ ଜଣ ଏହି ଆପ୍ଲିକେଶନ ମାଧ୍ୟମରେ ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିପାରିବେ। ୧୭୬ଟି ଦେଶରେ ଏହି ଆପ୍‌ ବ୍ୟବହାର ଉପଯୋଗୀ ହୋଇପାରିଛି। ଏହା ଗୁଗଲ ପ୍ଲେ ଷ୍ଟୋରରେ ଗତ ଫେବୃୟାରୀରେ ସ୍ଥାନ ପାଇଛି। ତେବେ ଏହି ଆପ୍‌ର ଏକ ସ୍ବତନ୍ତ୍ର ଫିଚର୍‌ ରହିଛି। ତାହା ହେଲା ଭିଡିଓ କନଫରେନ୍ସିଂ ସମୟରେ ଇମୋଜିରେ ସ୍ପେଶିଆଲ ଇଫେକ୍ଟର ବ୍ୟବହାର କରାଯାଇପାରିବ, ଯାହାକି ଅନ୍ୟ ଆପ୍ଲିକେଶନ ଠାରୁ ଭିନ୍ନ। ଏଭଳି ଆପ୍‌ ପ୍ରସ୍ତୁତ କରି ଓଡ଼ିଶା ପାଇଁ ଗୌରବ ଆଣଛନ୍ତି ଦେବାଶିଷ।

ଯୋଡ଼ା ସହରର ୫ନଂ. ୱାର୍ଡ ଆଜାଦବସ୍ତିରେ ରହୁଥିବା ବାହାଦୁର ବେହେରା ଓ ରେଣୁକାଙ୍କ ପୁଅ ଦେବାଶିଷ ବର୍ତ୍ତମାନ ଭୁବନେଶ୍ୱରରେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଯୋଡ଼ାସ୍ଥିତ ସେଣ୍ଟ ଟେରେସା ବିଦ୍ୟାଳୟରେ ହୋଇଥିଲା। ବିଦ୍ୟାଳୟରେ ପଢ଼ୁଥିବା ବେଳେ କମ୍ପ୍ୟୁଟର ସାଇନ୍ସ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ତାଙ୍କର ପ୍ରବଳ ରୁଚି ଥଲା। ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ଦେବାଶିଷ ଏହି ପ୍ରଯୁକ୍ତି ବିଦ୍ୟାର ମୌଳିକ ଜ୍ଞାନ ଆହରଣ କରିଥିଲେ। ଏହି ଜ୍ଞାନରେ ଅଧିକ ନିପୁଣତା ପାଇଁ ସେ ଜାଭା ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ଶିକ୍ଷା ଗ୍ରହଣ କରିଥିଲେ। ଏଥିପାଇଁ ଗୁଗଲ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଏବଂ ବିଭିନ୍ନ ଆର୍ଟିକଲ ଓ ବହି ଅଧ୍ୟୟନ କରିଥିଲେ। ଉକ୍ତ ଜ୍ଞାନକୌଶଳ ପ୍ରୟୋଗ କରି ଦେବାଶିଷ ପୂର୍ବରୁ ଯଦିଓ ଦୁଇଟି ଆପ୍‌ ପ୍ରସ୍ତୁତ କରିଥିଲେ ହେଲେ ଫିଜବି ଆପ୍ଲିକେଶନ ସୃଷ୍ଟି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଦ୍ୱାରା ବିକଶିତ ସ୍ବଦେଶୀ ଫିଜବି ଆପ୍ଲିକେଶନ ଭାରତର ଏକ ଷ୍ଟାର୍ଟଅପ ସଙ୍କେତ ହେବ ବୋଲି ଦେବାଶିଷ କହିଛନ୍ତି। ଏତଦ୍‌ବ୍ୟତୀତ ଏହି ଫିଜବି ଆପ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଗୋପନୀୟତାକୁ ବଜାୟ ରଖିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି ଆପ୍ଲିକେଶନ ବ୍ୟବହାର କରୁଥିବା ଯୋଡ଼ାର ଜଣେ ଯୁବ ୟୁଜର ସୁରଜକାନ୍ତ ପାଠକ କୁହନ୍ତି, ସେ ଗତ ୧ ମାସ ଧରି ଏହି ଆପ୍ଲିକେଶନକୁ ବ୍ୟବହାର କରୁଛନ୍ତି। ଅନ୍ୟ ଆପ୍ଲିକେଶନ ତୁଳନାରେ ଏହାର ଫିଚର୍ସ, ସିକ୍ୟୁରିଟି ଅତ୍ୟନ୍ତ ଉଚ୍ଚକୋଟିର। ଏହି ଆପ୍‌କୁ ବିକଶିତ କରିଥିବା ଦେବାଶିଷଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ଭବିଷ୍ୟତରେ ସେ ପ୍ରଯୁକ୍ତି ବିଦ୍ୟାର ଅଧିକ ବିକାଶ କରିପାରିବେ। ଦେବାଶିଷ ଭବିଷ୍ୟତରେ ଏକ ଟେକ୍‌ କମ୍ପାନୀ କରି ସ୍ବଦେଶୀ ଜ୍ଞାନକୌଶଳକୁ ବିକଶିତ କରିବାକୁ ଲକ୍ଷ୍ୟ ରଖିଥିବା ତାଙ୍କ ମା’ କହିଛନ୍ତି।

ମାନସ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri