ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଘୁଞ୍ଚିବା ଚର୍ଚ୍ଚା

ଭୁବନେଶ୍ୱର, ୬।୬(ସୁନିତ୍‌ ମିଶ୍ର)୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ପ୍ରାୟ ଆଶ୍ଚର୍ଯ୍ୟ କରିଦେଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି। ଅନ୍ୟପଟେ ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଠନ କରିବାରେ ସକ୍ଷମ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ବାଚନୀ ପ୍ରଚାର ମୁତାବକ, ରାଜ୍ୟରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ଗୁରୁବାର ସୁଦ୍ଧା ନବନିର୍ବାଚିତ ବିଧାୟକମାନେ ସେମାନଙ୍କ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କୁ ବାଛିବେ। ଏହାକୁ ନେଇ ସବୁଆଡେ ଚର୍ଚ୍ଚା, ଆଲୋଚନା ଲାଗି ରହିଛି। ତେବେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ଏବଂ କେବେ ସୁଦ୍ଧା ଏନେଇ ଘୋଷଣା କରିବ, ସେକଥା କିଛି ସ୍ପଷ୍ଟ କରିନାହିଁ। ହେଲେ
ଏଥର କେନ୍ଦ୍ରରେ ଏନ୍‌ଡିଏ ଯେଭଳି ଆସନ ଦଖଲକରି ସରକାର କରିବାକୁ ଯାଉଛି ତାକୁ ନେଇ ଜାତୀୟସ୍ତରରେ ନେତାମାନଙ୍କ ଭିତରେ ବହୁ ମାତ୍ରାରେ ଚିନ୍ତା ବଢ଼ିଯାଇଥିବା ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ଭାଜପା ନେତାଙ୍କ କହିବା ଅନୁଯାୟୀ, ବିଗତ ଦିନରେ ଯେଉଁସବୁ ରାଜ୍ୟରେ ଦଳ ସରକାରକୁ ଆସିଛି ସେସବୁ ସ୍ଥାନରେ ଶପଥ ଗ୍ରହଣର ପୂର୍ବଦିନ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ଘୋଷଣା କରାଯାଇଥିବା ନେଇ ନଜିର ରହିଛି। ତେଣୁ ଏବେ ଦେଶରେ ସରକାର ଗଠନ ଏବଂ ଏହାର ପରବର୍ତ୍ତୀ କାର୍ଯ୍ୟରେ ସମସ୍ତେ ପ୍ରାୟ ବ୍ୟସ୍ତ ରହିବେ। କାରଣ ଭାଜପା ୧୦ ବର୍ଷ ପରେ ଦେଶରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ନିଜର ସ୍ଥିତି ବଜାୟ ରଖିବାରେ ବିଫଳ ହୋଇଛି। ତେଣୁ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ପୂର୍ବଦିନ ହିଁ ବିଧାୟକମାନଙ୍କୁ କାହାକୁ ନେତା କରାଯିବ ସେକଥା ଜଣାଇଦିଆଯିବ। ଅନ୍ୟପକ୍ଷରେ ମିଳିଥିବା ଖବର ମୁତାବକ, ରାଜ୍ୟରୁ କେତେଜଣ ନେତା ଏବେ ନୂଆଦିଲ୍ଲୀ ଯାଇ ସେଠାରେ ଡେରା ପକାଇଲେଣି। ରାଜ୍ୟରେ କିପରି ମୁଖ୍ୟମନ୍ତ୍ରୀ ହେବେ ସେନେଇ ନିଜ ନିଜର ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାପଡିଛି। ହେଲେ ନବନିର୍ବାଚିତ ବିଧାୟକମାନେ ଦଳରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ କିଛି ଜାଣିନାହାନ୍ତି ଏବଂ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମାନିନେବେ ବୋଲି କହୁଛନ୍ତି। ଅନ୍ୟପଟେ କେନ୍ଦ୍ରରେ ସରକାର ଗଠନ ହୋଇସାରିବା ପରେ ଯାଇ ରାଜ୍ୟ ବାବଦରେ କେନ୍ଦ୍ରୀୟ ନେତାମାନେ ବିଶେଷ ଧ୍ୟାନ ଦେବେ ବୋଲି କୁହାଯାଉଛି। ହେଲେ ଦଳ ରାଜ୍ୟରେ ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବ ନା ବାହାରୁ କାହାକୁ ଆଣି ଏହି ଆସନରେ ବସାଇବ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ସାମାଜିକ ଗଣମାଧ୍ୟମରେ କେତୋଟି ନାଁକୁ ନେଇ ଆଲୋଚନା ଜୋର୍‌ ଧରିବାରେ ଲାଗିଛି । ହେଲେ ଏହାକୁ ଦଳର କେତେଜଣ ନେତା ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri