ଏଆଇ ବିପ୍ଳବ: ନିଯୁକ୍ତି ପାଇଁ ବଡ଼ ବିପଦ

ଓ୍ବାଶିଂଟନ୍‌,୩୦ା୭: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାରା ବିଶ୍ୱର ନିଯୁକ୍ତି କ୍ଷେତ୍ରରେ ବଡ଼ ବିପଦ ହେବାକୁ ଯାଉଛି। ଏଆଇ ପାଇଁ ନିକଟ ଭବିଷ୍ୟତରେ ଅଗଣିତ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଏଆଇ ଆମେରିକାର ନିଯୁକ୍ତି ବଜାରକୁ କିଭଳି ପ୍ରଭାବିତ କରିବ ଏବଂ କେଉଁ ବର୍ଗର କର୍ମଚାରୀ ସର୍ବାଧିକ କ୍ଷତିଗ୍ରସ୍ତ ହେବେ, ତା’ର ଏକ ସଦ୍ୟ ରିପୋର୍ଟ ପ୍ରକାଶ ପାଇଛି। ନୂଆ ରିପୋର୍ଟ ଅନୁଯାୟୀ ୨୦୩୦ ବେଳକୁ ଆମେରିକା ଅର୍ଥନୀତିର କାର୍ଯ୍ୟ ସମୟର ୩୦ ପ୍ରତିଶତ ପର୍ଯ୍ୟନ୍ତ ଏଆଇ ଦଖଲ କରିବାକୁ ଯାଉଛି। ‘ଜେନେରେଟିଭ୍‌ ଏଆଇ ଏବଂ ଆମେରିକାରେ କାର୍ଯ୍ୟର ଭବିଷ୍ୟତ’ ନାମରେ ଏହି ଅଧ୍ୟୟନ ମାକିନ୍‌ସେ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିଲା। ଆର୍ଥତ୍କ ସଞ୍ଚାଳନ କମାଇବାରେ ଏଆଇର ବଡ଼ ଭୂମିକା ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଏଆଇ କେବଳ ବହୁସଂଖ୍ୟାରେ ନିଯୁକ୍ତି ଅଧିକାର ଛଡ଼ାଇ ନେବ ତାହା ନୁହେଁ, ବରଂ ସମସ୍ୟା ସମାଧାନ, ସୃଜନଶୀଳତା, ବ୍ୟବସାୟ ଏବଂ ଆଇନଗତ ପେସାଦାରି କାର୍ଯ୍ୟ ମଧ୍ୟ ବଢ଼ାଇବ। ଏଆଇ ବିପ୍ଳବ ଯୋଗୁ ୨୦୩୦ ସୁଦ୍ଧା କେବଳ ଆମେରିକାରେ ଅତିରିକ୍ତ ୧୨ ନିୟୁତ ପେସାଦାରି ପରିବର୍ତ୍ତନ ଆବଶ୍ୟକ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।
ରିପୋର୍ଟ ଅନୁଯାୟୀ ଭବିଷ୍ୟତରେ ସ୍ବାସ୍ଥ୍ୟସେବା ଶିଳ୍ପରେ ନିଯୁକ୍ତି ବଢ଼ିବା ଆଶା କରାଯାଉଛି। ଏହି ସେକ୍ଟରରେ ୩.୫ ନିୟୁତ ଅଧିକ ନିଯୁକ୍ତିର ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି। ସେହିପରି ୨୦୩୦ ବେଳକୁ ଏସ୍‌ଟିଇଏମ୍‌ ନିଯୁକ୍ତି ଚାହିଦା ୨୩ ପ୍ରତିଶତ ବଢ଼ିବ। ଯଦିଓ ପ୍ରଯୁକ୍ତି ସେକ୍ଟରରେ ବ୍ୟାପକ ଛଟେଇ ଚଳିତ ବର୍ଷର ଶିରୋନାମା ମଣ୍ଡନ କରିଛି, ବଡ଼ କମ୍ପାନୀଗୁଡ଼ିକରେ ମେଧାବୀମାନଙ୍କ ପାଇଁ ଦୀର୍ଘମିଆଦୀ ଚାହିଦାରେ କୌଣସି ପରିବର୍ତ୍ତନ ହେବ ନାହିଁ। ବ୍ୟାଙ୍କିଙ୍ଗ୍‌, ବୀମା, ଔଷଧ ଶିଳ୍ପ ଏବଂ ସ୍ବାସ୍ଥ୍ୟସେବା ସେକ୍ଟରରେ ଅଧିକ ଡିଟିଟାଲ ପରିବର୍ତ୍ତନ କରାଯାଉଥିବାରୁ ଆଗାମୀ ଦିନରେ ଅଧିକ ଦକ୍ଷତା ସହ ଟେକ୍‌ନିକାଲ କର୍ମଚାରୀଙ୍କ ଆବଶ୍ୟକତା ବଢ଼ିବ। ୨୦୩୦ ବେଳକୁ ପରିବହନ ସେବାରେ ୯ ପ୍ରତିଶତ ନିଯୁକ୍ତି ବଢ଼ିବା ଆଶା କରାଯାଉଛି।
ଅନ୍ୟପକ୍ଷରେ ଅଫିସ ସହାୟକ, ଗ୍ରାହକ ସେବା, ଖାଦ୍ୟ ଯୋଗାଣ ସେବା ଆଦିରେ ନିଯୁକ୍ତି ଆଗାମୀ ଦିନରେ ଯଥେଷ୍ଟ ହ୍ରାସ ପାଇବ। ରିପୋର୍ଟ ଅନୁଯାୟୀ ଆମେରିକାରେ କିରାଣି ଚାହିଦା ୧୬ ଲକ୍ଷ କମିଯିବ। ସେହିପରି ଖୁଚୁରା ବିକ୍ରେତା ୮,୩୦,୦୦୦ ହ୍ରାସ ପାଇବା ସହ ପ୍ରଶାସନିକ ସହାୟକ ନିଯୁକ୍ତି ୭,୧୦,୦୦୦ ଏବଂ କ୍ୟାଶିୟର ନିଯୁକ୍ତି ୬,୩୦,୦୦୦ ହ୍ରାସ ପାଇବ। ଅଟୋମେଶନ ବା ଲୋକଙ୍କ ବଦଳରେ ମେଶିନ୍‌ର ବ୍ୟବହାର ଯୋଗୁ ଦୋହରା କାମ, ଡେଟା ସଂଗ୍ରହ ଏବଂ ଏଲିମେଣ୍ଟାରି ଡେଟା ପ୍ରୋସେସିଂ କାର୍ଯ୍ୟ ସହ ସମ୍ପୃକ୍ତ ନିଯୁକ୍ତି ଯଥେଷ୍ଟ ପ୍ରଭାବିତ ହେବ। ଆମେରିକାରେ କମ୍‌ ପାରିଶ୍ରମିକରେ କାର୍ଯ୍ୟ କରୁଥିବା କର୍ମଚାରୀ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ସେମାନଙ୍କ ପାଇଁ ପେସା ପରିବର୍ତ୍ତନ କରିବା ଜରୁରୀ ହୋଇପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ମହିଳାମାନେ ପୁରୁଷଙ୍କ ତୁଳନାରେ ଦେଢ଼ଗୁଣ ଅଧିକ ନୂଆ ପେସାକୁ ଗତି କରିବା ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri