ମହାପ୍ରୟାଣ ଗାଡ଼ିକୁ ଫେରାଇ ନେଉଥିଲା ପ୍ରଶାସନ, ବିରୋଧ କଲେ ଲୋକେ

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରୁ ଏକ ମହାପ୍ରୟାଣ ଗାଡ଼ିକୁ ଜିଲା ମୁଖ୍ୟାଳୟକୁ ବୁଧବାର ଅପରାହ୍ନରେ ଫେରାଇ ନେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରି ଗାଡ଼ି ସମ୍ମୁଖରେ ଛିଡ଼ା ହୋଇଥିଲେ। ଖବର ପାଇ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ହସ୍ତକ୍ଷେପ କରି ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତାଗିଦ କରିବା ପରେ ଆମ୍ବୁଲାନ୍ସକୁ ପୁନର୍ବାର ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା।

ସୂଚନା ଯେ, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡିଏମ୍‌ଏଫ୍‌ ଫଣ୍ଡ୍‌ରୁ ଜୁନ୍‌ ମାସରେ ଏକ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯାଇଥିଲା। ବୁଧବାର ମହାପ୍ରୟାଣ ଗାଡ଼ି କେନ୍ଦୁଝର ହେଡ୍‌ କ୍ୱାର୍ଟର ନେଇଯାଉଥିବା ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଅଜୟ କୁମାର ଦାଶ, ପ୍ରଶାନ୍ତ ଭଞ୍ଜ, ବିରଞ୍ଚି ମହାନ୍ତ, ରଞ୍ଜନ ବେହେରା, ଟୁକୁ ପାତ୍ର, ଭକ୍ତବନ୍ଧୁ ମହାନ୍ତ, ବଳରାମ ନାଏକ, ପ୍ରମୋଦ କୁମାର ରାମ, ଦୁଃଶାସନ ନାଏକ ପ୍ରମୁଖ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଏନେଇ ସିଡିଏମ୍‌ଓ କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ ପଚାରିବାରୁ ହେଡ୍‌ କ୍ୱାର୍ଟରରେ ୨ଟି ଗାଡ଼ି ଖରାପ ହୋଇଥିବାରୁ ୫/୭ଦିନ ପାଇଁ ଗାଡ଼ିକୁ ଅଣା ଯାଉଥିଲା ଲୋକେ ଯଦି ବିରୋଧ କରିବେ କ’ଣ କରାଯାଇ ପାରିବ।