ଗ୍ରାମବାସୀଙ୍କ ଦାବି ମୁତାବକ କାର୍ଯ୍ୟ ଆରମ୍ଭ କଲା ପ୍ରଶାସନ

ଦଶମନ୍ତପୁର,୧୨ା୫( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧୀନ ଖଣି ପ୍ରଭାବିତ ଅଞ୍ଚଳର କଡିଙ୍ଗାମାଳି ପାହାଡ଼ ପାଦଦେଶରେ ଥିବା ମାଳିଚେମା ଗ୍ରାମର ବିକାଶ ନେଇ ବହୁ ଦାବି କରିବା ପରେ ଏବେ ପ୍ରଶାସନ ଗ୍ରାମର ବିକାଶ ଲାଗି ପଦକ୍ଷେପ ନେଇଛଇ। ଗ୍ରାମରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମବାସୀ ଶ୍ରମିକ ରୂପେ କାର୍ଯ୍ୟ ପାଉଥିବା କେତେ ଜଣ ଗ୍ରାମବାସୀ କହିଛନ୍ତି। ଏହି ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟର ୧୮୦ ପରିବାର ବସବାସ କରନ୍ତି । ଜନସଂଖ୍ୟା ୭ଶହ ରହିଛି। ୨୦୧୮ରେ କଡିଙ୍ଗାମାଳି ପାହାଡ଼ରୁ ବକ୍ସାଇଟ ଖଣି ଉତ୍ତୋଳନ ଆରମ୍ଭ କରିଥିବା ଓଏମ୍‌ସି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ଦେଇ ନୀରବ ରହିଥିଲା। ପ୍ରଭାବିତ ଅଞ୍ଚଳବାସୀ ବ୍ଲକଠାରୁ ଆରମ୍ଭ କରି ଖଣି କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ ଦ୍ବାରସ୍ଥ ହୋଇ ଗ୍ରାମର ବିକାଶ ପାଇଁ ବାରମ୍ବାର ଦାବି କରିଥିଲେ। ଏବେ ଜିଲା ପ୍ରଶାସନ ଅଞ୍ଚଳବାସୀଙ୍କ ଦାବି ଶୁଣି ଗ୍ରାମରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଜିଲା ଖଣିଜ ପାଣ୍ଠି ପକ୍ଷରୁ ଅର୍ଥ ବିନିଯୋଗ କରିଛି। ଏଥିରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହେଉଛି। ସେହି ପ୍ରକଳ୍ପ ମଧ୍ୟରେ ଚାଷ ପାଇଁ ଚେକ ଡ୍ୟାମ, ପକା ରାସ୍ତା , ପାନୀୟ ଜଳ ଯୋଗାଣ ଲାଗି ୬ଟି ସୋଲାର ପମ୍ପ ବୋରୱେଲ ଖନନ କରାଯାଇଛି। ସ୍କୁଲ କୋଠା, ସୁରକ୍ଷା ପାଚେରି ନିର୍ମାଣ ଭଳି ଅନ୍ୟ କେତେକ ପ୍ରକଳ୍ପ ଚାଲିଥିବା ଗ୍ରାମର ସମ୍ବାରୁ ମୁଦୁଲି , ଖଗପତି ଜାନି, ନବଘନ ଗୌଡ, ବିନୋଦ ଖୋସଲା, ଜୟରାମ ପରଜା, ଘାସି ପରଜା ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri