Categories: କନ୍ଧମାଳ

ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରୀକରଣ କାର୍ଯ୍ୟ ଜୋରଦାର କରାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଏହା ସମ୍ମୁଖରେ ରହିଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ଉଠାଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବାକୁ କୁହାଯାଇଥିଲେ ସୁଦ୍ଧା ତାହା କରି ନ ଥିବାରୁ ଶନିବାର ପୂର୍ବାହ୍ନରେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଶରତ ଶବରଙ୍କ ସମେତ ବିଡିଓ ଗଦାଧର ପାତ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବା ପାଇଁ ଆଇଆଇସି କୌଶିକ ମାଝି ସଦଳବଳ ଉପସ୍ଥିତ ଥିଲେ।