ରାସ୍ତାରେ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଖଇରା, ୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଖଣି ଲୁଟେରାଙ୍କୁ ଲଗାମ୍‌ ଦେବାକୁ ପ୍ରଶାସନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି। ରାତିଅଧିଆ ଚୋରାଚାଲଣ ଓ ବ୍ଲାଷ୍ଟିଂ ରୋକିବାକୁ ରାଜସ୍ବ ବିଭାଗ ତରଫରୁ ପାହାଡ ସଂଲଗ୍ନ ରାସ୍ତାରେ ଟ୍ରେଞ୍ଚ ଖୋଳାଯାଇଛି। କେବଳ ସେତିକି ନୁହେଁ ଟ୍ରେଞ୍ଚ ଖୋଳାଯିବା ପୂର୍ବରୁ ବିଭିନ୍ନ ପଥରଖଣିରେ ମହଜୁଦ ଥିବା ମେଟାଲକୁ ଗାଡିରେ ଆଣି ନିଲାମ ଉଦ୍ଦେଶ୍ୟରେ ହାଣ୍ଡିଆହାଟ ନିକଟରେ ଗଚ୍ଛିତ ରଖାଯାଇଛି ା ପ୍ରଶାସନର ଏହି କଡା ପଦକ୍ଷେପ ଖଣି ଚୋରା ଚାଲାଣକାରୀଙ୍କ ବେଆଇନ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଯିବା ସହ ହାତୀ ଚଳାଚଳ ସୁଗମ ହୋଇପାରିବ ବୋଲି ପାହାଡ ସଂଲଗ୍ନ ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି ା
ହାତୀ ଚଲାପଥ ମଧ୍ୟରେ ପାହାଡର ୯୭ରୁ ଊର୍ଦ୍ଧ୍ୱ ଖଣି ଆସୁଥିବା ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉପଲବ୍ଧି କରିବା ପରେ ଶାରୀଶୁଆ ପାହାଡରେ ବେଆଇନ ଭାବେ ଚାଲିଥିବା ଖଣି ବ୍ୟବହାର ଉପରେ ୨୦୧୯ରେ ରହିତାଦେଶ ପ୍ରଦାନ କରିଥିଲେ। ହେଲେ ଖଣି ବ୍ୟବହାରକାରୀମାନେ ଏଥିରେ ଭ୍ରୂକ୍ଷେପ ନ କରି ରାତିଅଧିଆ ହଜାର ହଜାର ଟ୍ରିପ ପଥର ବୋଝେଇ ଟ୍ରକ କପ୍ତିପଦା ବାରିପଦା ଦେଇ ବାହାର ରାଜ୍ୟକୁ ଚାଲାଣ କରୁଥିଲେ। ରାଜସ୍ବ ବିଭାଗର କିଛି ତଳିଆ କର୍ମଚାରୀଙ୍କ ସହଯୋଗରେ ଏହି ଲୁଟ୍‌ ଚାଲିଥିବା ଯୋଗୁ ଅଧିକାରୀମାନଙ୍କ ଚଢାଉ ପାଇଁ ଖଣି ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ସେମାନେ ଖସି ପଳାଉଥିଲେ। ୩ବର୍ଷ ଧରି କିଛି ହାତଗଣତି ଖଣି ବ୍ୟବହାରକାରୀ ପାହାଡକୁ ଧ୍ୱଂସ କରିବାକୁ ପଛାଉ ନ ଥିଲେ। ପ୍ରଶାସନ ନିରୁପାୟ ହୋଇପଡିଥିଲା। ସମସ୍ତ ଖଣିରେ ୧୪୪ଧାରା ଲାଗୁ ସତ୍ତ୍ୱେ ପ୍ରଶାସନ ସେମାନଙ୍କ ଆଗରେ ଏକ ପ୍ରକାର ହାତ ଟେକି ଦେଇଥିଲା। ଉକ୍ତ ବେଆଇନ କାର୍ଯ୍ୟ ଉପରେ ବାଧ୍ୟ ହୋଇ ଅଙ୍କୁଶ ଲଗାଇବାକୁ ପାହାଡର ବିଭିନ୍ନ ଖଣିରୁ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରେଞ୍ଚ ଖୋଳା କାର୍ଯ୍ୟ ଶୁକ୍ରବାର ଶେଷ ହୋଇଛି ା ସେହିଭଳି ଖଣି ବ୍ୟବହାରକାରୀ ଚାଲାଣ ପାଇଁ ବିଭିନ୍ନ ଖଣିରେ ଗଚ୍ଛିତ ରଖିଥିବା ପଥରଖଣ୍ଡ ଓ ମେଟାଲକୁ ଅଧିକାରୀଙ୍କ ନିର୍ଦ୍ଦେଶରେ ବୋହି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିଛି। ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା, ଅତରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳ, ରାଜସ୍ବ ନିରୀକ୍ଷକ ଚନ୍ଦ୍ରଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ଖଇରା ପୋଲିସ ସହଯୋଗରେ ଏହି ଟ୍ରେଞ୍ଚ ଖୋଳା କାର୍ଯ୍ୟ ଶେଷ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri