ଦଙ୍ଗା ଗୁଜବଠାରୁ ଦୂରରେ ରହିବାକୁ ନିବେଦନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): ଆସନ୍ତା ଜନ୍ମାଷ୍ଟମୀ ଦିନ ଦଙ୍ଗା ସୃଷ୍ଟି ହେବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କେହି ଦୁର୍ବୃତ୍ତ ଭାଇରାଲ କରିବା ପରେ କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଏହି ଗୁଜବକାରୀଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ଜଣାପଡ଼ିଛି। ବିଭିନ୍ନ ଥାନାରେ ଘନଘନ ବୈଠକ କରି ଗୁଜବକୁ ବିଶ୍ୱାସ ନ କରିବାକୁ ପୋଲିସ ଅପିଲ କରୁଛି।

ସେହିକ୍ରମରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହଠାରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡିଓ ଗଦାଧର ପାତ୍ର ଏବଂ ଆଇଆଇଆସି ରମେଶ ପ୍ରଧାନ ଉପସ୍ଥିତ ରହି ବୈଠକ ପରିଚାଳନା କରିଥିଲେ। ଏଥିରେ ଉପସ୍ଥିତ ଲୋକଙ୍କୁ ପୋଲିସ ପ୍ରଶାସନ ଆଶ୍ୱାସନା ଦେଇଥିଲା କୌଣସି ଅପ୍ରୀତିକର ପରିସ୍ଥିତି ହେବ ନାହିଁ। କୌଣସି ଦଙ୍ଗା ହେବାର ଆଶଙ୍କା ନାହିଁ। ଏହା ଗୁଜବ ବୋଲି କୁହାଯିବା ସହ ଦାରିଙ୍ଗବାଡ଼ି ସମେତ ସମଗ୍ର ଜିଲା ଏକ ଶାନ୍ତି ପ୍ରିୟ ସ୍ଥାନ, ଶାନ୍ତି, ସଦ୍‌ଭାବନା ନେଇ ଅଞ୍ଚଳବାସୀ ଚଳନ୍ତି। ତେଣୁ କୌଣସି ସ୍ଥାନରେ କେହି ଗୁଜବ କରୁଛି ତେବେ ତତ୍‌କ୍ଷଣାତ ପୋଲିସଙ୍କୁ ସୂଚନା ଦେବାକୁ ଆଇଆଇଆସି କହିଥିଲେ। ସମସ୍ତେ ଭାଇଚାରାରେ ଚଳିବା ଆମର ମୂଳ ଲକ୍ଷ୍ୟ। ଅଞ୍ଚଳର ବିକାଶ ହେବା ନେଇ ଗୁରୁତ୍ୱ ଦେବାକୁ ବିଡିଓ କହିଥିଲେ। ପୋଲିସ ଓ ସ୍ଥାନୀୟ ପ୍ରଶାସନ ସଦାବେଳେ ଲୋକଙ୍କ ସହ ଅଛନ୍ତି। ତେଣୁ ଭୟ ନ କରିବାକୁ କୁହାଯିବା ସହ ଗୁଜବଠାରୁ ଦୂରରେ ରହିବାକୁ ଓ ଭିଟାମାଟି ନ ଛାଡ଼ିବାକୁ ନିବେଦନ କରିଛି ପ୍ରଶାସନ। ପ୍ରଶାସନର ଏଭଳି ବୈଠକକୁ ନେଇ ଉପସ୍ଥିତ ଲୋକ ସନ୍ତୋଷ ଲାଭ କରିଥିବା କହିଛନ୍ତି।  ବୈଠକରେ ତିଆଡ଼ି ନାୟକ, ସୁନୀଲ ପ୍ରଧାନ, ସନାତନ ପ୍ରଧାନ, ବିଦ୍ୟାଧର ମଲିକ,ପ୍ରଭାକର ସାହୁ, ମିଟୁ ସାହୁ, ଶ୍ୟାମଘନ ପ୍ରଧାନ,କାଳୀପ୍ରସାଦ ମଲିକ, ସାରଦା ବଳିୟାରସିଂ,ପରମେଶ୍ୱର ପ୍ରଧାନ, ଭି୍ୟୁତମ ଶୋଭାସୁନ୍ଦର, ପ୍ରକାଶ ପ୍ରଧାନ, ବଡ଼ କୁନା ଖାନ୍‌ଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦେଇ ନିଜ ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri