ଦଙ୍ଗା ଗୁଜବଠାରୁ ଦୂରରେ ରହିବାକୁ ନିବେଦନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): ଆସନ୍ତା ଜନ୍ମାଷ୍ଟମୀ ଦିନ ଦଙ୍ଗା ସୃଷ୍ଟି ହେବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କେହି ଦୁର୍ବୃତ୍ତ ଭାଇରାଲ କରିବା ପରେ କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଏହି ଗୁଜବକାରୀଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ଜଣାପଡ଼ିଛି। ବିଭିନ୍ନ ଥାନାରେ ଘନଘନ ବୈଠକ କରି ଗୁଜବକୁ ବିଶ୍ୱାସ ନ କରିବାକୁ ପୋଲିସ ଅପିଲ କରୁଛି।

ସେହିକ୍ରମରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହଠାରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡିଓ ଗଦାଧର ପାତ୍ର ଏବଂ ଆଇଆଇଆସି ରମେଶ ପ୍ରଧାନ ଉପସ୍ଥିତ ରହି ବୈଠକ ପରିଚାଳନା କରିଥିଲେ। ଏଥିରେ ଉପସ୍ଥିତ ଲୋକଙ୍କୁ ପୋଲିସ ପ୍ରଶାସନ ଆଶ୍ୱାସନା ଦେଇଥିଲା କୌଣସି ଅପ୍ରୀତିକର ପରିସ୍ଥିତି ହେବ ନାହିଁ। କୌଣସି ଦଙ୍ଗା ହେବାର ଆଶଙ୍କା ନାହିଁ। ଏହା ଗୁଜବ ବୋଲି କୁହାଯିବା ସହ ଦାରିଙ୍ଗବାଡ଼ି ସମେତ ସମଗ୍ର ଜିଲା ଏକ ଶାନ୍ତି ପ୍ରିୟ ସ୍ଥାନ, ଶାନ୍ତି, ସଦ୍‌ଭାବନା ନେଇ ଅଞ୍ଚଳବାସୀ ଚଳନ୍ତି। ତେଣୁ କୌଣସି ସ୍ଥାନରେ କେହି ଗୁଜବ କରୁଛି ତେବେ ତତ୍‌କ୍ଷଣାତ ପୋଲିସଙ୍କୁ ସୂଚନା ଦେବାକୁ ଆଇଆଇଆସି କହିଥିଲେ। ସମସ୍ତେ ଭାଇଚାରାରେ ଚଳିବା ଆମର ମୂଳ ଲକ୍ଷ୍ୟ। ଅଞ୍ଚଳର ବିକାଶ ହେବା ନେଇ ଗୁରୁତ୍ୱ ଦେବାକୁ ବିଡିଓ କହିଥିଲେ। ପୋଲିସ ଓ ସ୍ଥାନୀୟ ପ୍ରଶାସନ ସଦାବେଳେ ଲୋକଙ୍କ ସହ ଅଛନ୍ତି। ତେଣୁ ଭୟ ନ କରିବାକୁ କୁହାଯିବା ସହ ଗୁଜବଠାରୁ ଦୂରରେ ରହିବାକୁ ଓ ଭିଟାମାଟି ନ ଛାଡ଼ିବାକୁ ନିବେଦନ କରିଛି ପ୍ରଶାସନ। ପ୍ରଶାସନର ଏଭଳି ବୈଠକକୁ ନେଇ ଉପସ୍ଥିତ ଲୋକ ସନ୍ତୋଷ ଲାଭ କରିଥିବା କହିଛନ୍ତି।  ବୈଠକରେ ତିଆଡ଼ି ନାୟକ, ସୁନୀଲ ପ୍ରଧାନ, ସନାତନ ପ୍ରଧାନ, ବିଦ୍ୟାଧର ମଲିକ,ପ୍ରଭାକର ସାହୁ, ମିଟୁ ସାହୁ, ଶ୍ୟାମଘନ ପ୍ରଧାନ,କାଳୀପ୍ରସାଦ ମଲିକ, ସାରଦା ବଳିୟାରସିଂ,ପରମେଶ୍ୱର ପ୍ରଧାନ, ଭି୍ୟୁତମ ଶୋଭାସୁନ୍ଦର, ପ୍ରକାଶ ପ୍ରଧାନ, ବଡ଼ କୁନା ଖାନ୍‌ଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦେଇ ନିଜ ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଭିନ୍ନ ଏକ ରେବତୀ: ବାପା ଦିନ ମଜୁରିଆ, ଝିଅ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟପ୍ପର, କହିଲେ-ଆଗକୁ ମୁଁ…

ବଲାଙ୍ଗୀର, ୬।୬ (ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ଗଳ୍ପ ସେନାପତିଙ୍କ କାଳଜୟୀ ‘ରେବତୀ’କୁ ନେଇ ଓଡ଼ିଆ ସାହିତ୍ୟ ଜଗତ ମୁଖରିତ। ନାରୀ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଫାୟାରିଂ ମାମଲାରେ ସରେଣ୍ଡର କଲେ ଖାନ୍‌ ସାର, ଏବେ ଆଗକୁ…

ପାଟନା,୬।୬: ବିହାରର ଜଣାଶୁଣା ଶିକ୍ଷକ ତଥା ‘ଖାନ ଗ୍ଲୋବାଲ ଷ୍ଟଡିଜ’ର ପ୍ରତିଷ୍ଠାତା ଖାନ ସାର୍‌ କୋଚିଂ ସଂସ୍ଥାନରେ ହୋଇଥିବା ହିଂସା ଏବଂ ଗୁଳିଚାଳନା (ଫାୟାରିଂ) ମାମଲାରେ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri