ସବ୍‌ସିଡି ପାଇଥିବା ରାଜ୍ୟର ୨,୯୦୯ ଶିଳ୍ପର ପତ୍ତା ମିଳୁନି

ଭୁବନେଶ୍ୱର,୧୬ା୧୦(ରବିନାରାୟଣ ଜେନା): ଦେଶରେ ଯୁବବର୍ଗଙ୍କୁ ଉଦ୍ୟୋଗପତି କରିବା ଲକ୍ଷ୍ୟନେଇ ୨୦୦୮ରେ ପ୍ରଧାନମନ୍ତ୍ରୀ ଏମ୍ପ୍ଲୟମେଣ୍ଟ ଜେନେରେଶନ ପ୍ରୋଗ୍ରାମ(ପିଏମ୍‌ଇଜିପି) କାର୍ଯ୍ୟକାରୀ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା, ଗ୍ରାମାଞ୍ଚଳରୁ ଆରମ୍ଭକରି ସହରାଞ୍ଚଳ ଯୁବବର୍ଗଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ସହ ଦେଶର ପ୍ରଗତିକୁ ତ୍ୱରାନ୍ବିତ କରିବା। ହେଲେ ଏହି ଯୋଜନା ଓଡ଼ିଶାରେ ବାଟବଣା ହେଲାଭଳି ପରିଲକ୍ଷିତ ହେଉଛି। ରାଜ୍ୟରେ ଅନେକ ଯୁବୋଦ୍ୟୋଗୀ ଶିଳ୍ପ କରିବା ନାଁରେ ବ୍ୟାଙ୍କରୁ ଲୋନ୍‌ ଏବଂ ଏବାବଦରେ ସରକାରୀ ସବ୍‌ସିଡି ନେଇଛନ୍ତି, ମାତ୍ର ସେମାନଙ୍କର କୌଣସି ନାଁ ଗନ୍ଧ ନାହିଁ। ଏ ନେଇ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଖଦି ଆଣ୍ଡ୍‌ ଭିଲେଜ୍‌ ଇଣ୍ଡଷ୍ଟ୍ରି କମିଶନ (କେଭିଆଇସି) କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ କରାଯାଉଛି। ରାଜ୍ୟରେ ୨୯୦୯ଟି ଶିଳ୍ପ ୟୁନିଟ୍‌ର କୌଣସି ପତ୍ତା ମିଳୁ ନ ଥିବାରୁ ଗତ ୮ ତାରିଖରେ କେଭିଆଇସି କମିଶନଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ସମେତ ୧୭ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି।

ରାଜ୍ୟସ୍ତରୀୟ ତଦାରଖ କମିଟି(ଏସ୍‌ଏଲ୍‌ଏମ୍‌ସି)ର ରିପୋର୍ଟକୁ ଆଧାରକରି କେଭିଆଇସି ରାଜ୍ୟ ନିର୍ଦ୍ଦେଶକ ଆର୍‌ବିଆଇ ସମେତ ନାବାର୍ଡ ସିଜିଏମ୍‌, ଜୋନାଲ ଡେପୁଟି ସିଇଓ-କୋଲ୍‌କାତା, ଏସ୍‌ଏଲ୍‌ବିସି ମହାପ୍ରବନ୍ଧକ, ଓଡ଼ିଶା ଖଦି ବୋର୍ଡ ସଚିବ ଏବଂ ୬ଟି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦେଇଥିବା ପତ୍ରରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୭ ହଜାର ୧୮୨ଟି ୟୁନିଟ୍‌ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୨୯୦୯ଟିର କୌଣସି ଚିହ୍ନବର୍ଣ୍ଣ ନାହିଁ, ଯାହାକି ଯାଞ୍ଚ ହୋଇଥିବା ୟୁନିଟ୍‌ର ୪୦.୫ ପ୍ରତିଶତ। ଏହାକୁ ନେଇ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଧରପଗଡ଼ ଜୋର୍‌ଦାର କରାଯାଇଛି। ତୁରନ୍ତ ଉକ୍ତ ୟୁନିଟ୍‌ଗୁଡ଼ିକୁ ଖୋଜି ବାହାର କରିବା ପାଇଁ ଏମ୍‌ଏସ୍‌ଏମ୍‌ଇ ବିଭାଗ ସଚିବ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରୀୟ ତଦାରଖ କମିଟି ବୈଠକର ସୂଚନା ଅନୁଯାୟୀ, ଚଳିତବର୍ଷ ସେପ୍ଟେମ୍ବର ୫ ସୁଦ୍ଧା ରାଜ୍ୟରେ ୧୧ ହଜାର ୪୨୦ ୟୁନିଟ୍‌ ରହିଛି। ସେଥିମଧ୍ୟରୁ ୭ ହଜାର ୨୩୩ ୟୁନିଟ୍‌ର ଯାଞ୍ଚ କରାଯାଇଥିଲା। ହେଲେ ଏଥିମଧ୍ୟରୁ ୨୯୦୯ଟି ବୃହତ୍‌ ୟୁନିଟ୍‌ର କୌଣସି ପତ୍ତା ମିଳୁନାହିଁ। ବୈଠକର ସୂଚନା ଅନୁଯାୟୀ, ମାଲକାନଗିରି ଓ ବରଗଡ଼ ଜିଲାରେ ପିଏମ୍‌ଇଜିପି ଠିକଣା ଭାବେ କାର୍ଯ୍ୟକାରୀ ହେଉଛି। ଏହି ଦୁଇ ଜିଲାରେ ପ୍ରାୟ ୯୦ପ୍ରତିଶତ ୟୁନିଟ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ସରକାରୀ ରିହାତି ପାଇ ଉଦ୍ୟୋଗକୁ ଠିକଣା ଭାବେ କାର୍ଯ୍ୟକାରୀ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି। ମାତ୍ର ଯାଜପୁର, ମୟୂରଭଞ୍ଜ, ଝାରସୁଗୁଡ଼ା ଭଳି ଜିଲାରେ ପିଏମ୍‌ଇଜିପି କାର୍ଯ୍ୟକାରିତାରେ ପଛରେ ରହିଛି। ଏହି ଜିଲାଗୁଡ଼ିକରେ ୫୦ପ୍ରତିଶତ ୟୁନିଟ୍‌ ମଧ୍ୟ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ବୈଠକରେ କେଭିଆଇସି ପକ୍ଷରୁ ଅବଗତ କରାଯାଇଥିଲା ଯେ, ଇତିମଧ୍ୟରେ ସରକାରୀ ରିହାତି ବାବଦ ୫୩.୧୪ କୋଟି ଟଙ୍କା ୧୯୮୧ଟି ୟୁନିଟ୍‌କୁ ଯୋଗାଇ ଦିଆଯାଇଛି। ଚଳିତବର୍ଷ ରାଜ୍ୟରେ ପିଏମ୍‌ଇଜିପିରେ ୫ ହଜାର ପ୍ରକଳ୍ପ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ୧୮୬ କୋଟି ଟଙ୍କାର ରିହାତି ଦେବାକୁ ବୈଠକରେ ସ୍ଥିର ହୋଇଛି।

Dharitri – Odisha’s No.1 Trusted Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri