ବଡ଼ ଘରେ ଜନ୍ମ ହୋଇ ସୁଦ୍ଧା ହୋଟେଲରେ ଓ୍ବେଟର ଭାବେ କାମ କରିଥିଲେ ଏହି ଅଭିନେତ୍ରୀ , ଜାଣନ୍ତୁ କାହିଁକି

ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ କାମ କରିଥିଲେ। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ନୀରଜା’ ଅଭିନେତ୍ରୀ ସୋନମ କପୁର। ସୋନମ ବଲିଉଡର କପୁର ପରିବାରରରେ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିନେତା ଅନିଲ କପୁରଙ୍କ ଝିଅ ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କୀୟ ଭଉଣୀ। ସୋନମ କପୁର ନିଜେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ। ସୋନମଙ୍କ ଜନ୍ମଦିନ ଜୁନ ୯ ତାରିଖରେ, ବର୍ତ୍ତମାନ ତାଙ୍କୁ ୩୬ ବର୍ଷ। ଆପଣ ଜାଣନ୍ତି କି ଚଳଚ୍ଚିତ୍ର ପ୍ରବେଶ କରିବା ପୂର୍ବରୁ ସୋନମ କପୁର ମଧ୍ୟ ଚାକିରି କରିଥିଲେ। ତେବେ କୌଣସି ବଡ କମ୍ପାନୀରେ ନୁହେଁ ବରଂ ୱେଟର ଭାବରେ ମଧ୍ୟ କାମ କରିଛନ୍ତି।
ଫିଲ୍ମରେ ଯୋଗଦେବା ପୂର୍ବରୁ ଜଣେ ୱେଟର ଥିଲେ – ସୋନମ କପୁର ।

ଅଭିନେତା ଅନିଲ କପୁରଙ୍କ ଝିଅ ହୋଇ ସୁଦ୍ଧା କାହିଁକି ସେ ୱେଟର କାମ କରିଥିଲେ। ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଅନେକ ଲୋକଙ୍କ ହୃଦୟରେ ଉଠିଥଲା ତେବେ ସୋନମ କପୁର ଏହି କାମ କୌଣସି ବାଧ୍ୟତାମୂଳକ ନୁହେଁ ବରଂ ପକେଟ ଟଙ୍କା ବଢ଼ାଇବା ପାଇଁ କରିଥିଲେ ।ଯେତେବେଳେ ସୋନମଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା, ସେ ଏକ ରେଷ୍ଟୁରାଣ୍ଟରେ କାମ କରିବା ଆରମ୍ଭ କରିଥିଲେ ଯେଉଁଠାରେ ସେ ୱେଟର ଭାବରେ କାମ କରୁଥିଲେ କିନ୍ତୁ ସୋନମ କପୁର ୧ ସପ୍ତାହ ପରେ ଏହି ଚାକିରି ଛାଡିଥିଲେ ।

Share