୨ ମାସ ପୂର୍ବରୁ ଲୁଚାଛପାରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ଏବେ ହେବାକୁ ଯାଉଛନ୍ତି ମା’

‘ନୌଟଙ୍କି ସାଲା’, ‘ଏ ଜଓ୍ବାନି ହେ ଦିଓ୍ବାନି’, ‘ୟାରିୟାଁ’ ଭଳି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଏଭିଲିନ୍‌ ଶର୍ମା ଓ ତାଙ୍କ ସ୍ବାମୀ ତୁଷାନ ଭିଣ୍ଡି ମେ ୧୫ରେ ଅଷ୍ଟ୍ରେଲିଆର ବ୍ରିସବେନରେ ଲୁଚାଛପାରେ ବିବାହ କରିଥିଲେ । ବିବାହର ପ୍ରାୟ ଦୁଇମାସ ପରେ ଏଭିଲେନ୍‌ ଖୁସି ଖବର ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ସେ ମା’ ହେବାକୁ ଯାଉଛନ୍ତି। ଜୁଲାଇ ୧୨ ହେଉଛି ତାଙ୍କ ଜନ୍ମଦିନ ଏବଂ ଏହି ଜନ୍ମଦିନରେ ଏହା ତାଙ୍କ ପାଇଁ ଏକ ବିଶେଷ ଉପହାର । ତାଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥି ଆସୁଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଅଭିନେତ୍ରୀ ଏହା କହିଛନ୍ତି। ତାଙ୍କ ଗର୍ଭଧାରଣ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିପାରିଛି ବୋଲି ସେ କହିଛନ୍ତି।

Share