ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର

୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି ସମୟରେ ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ। ସେ ଶୁଟିଂ ବିଷୟରେ କହିଛନ୍ତି, ଯେତେବେଳେ ମୁଁ ଶୁଟିଂ ପାଇଁ ଯାଇଥିଲି, ଫଟୋଗ୍ରାଫର ମୋତେ କିଛି ଫଟୋ ପାଇଁ ଶରୀରକୁ ଆଚ୍ଛାଦନ କରିବାକୁ କହିଥିଲେ।

ଏକ ସାକ୍ଷାତ୍‌କାରରେ ଶର୍ମିଲା କହିଛନ୍ତି, ମୋ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭିନ୍ନ। ଯେପରିକି ୧୯୬୬ ମସିହାରେ ଫିଲ୍ମଫେୟାର ପାଇଁ ବିକିନି ଶୁଟ୍‌ ଭୁଲିଯିବାକୁ ଲୋକେ ମୋତେ ଦିଅନ୍ତି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ବିକିନି ଶୁଟିଂ ସମୟରେ ସେ କୌଣସି ଲଜ୍ଜା କିମ୍ବା ଦ୍ୱିଧା ଅନୁଭବ କରିନାହାନ୍ତି। ବିବାହର କିଛି ଦିନ ପୂର୍ବରୁ ଏହା ଘଟିଥିଲା। ଯେତେବେଳେ ମୁଁ ଫଟୋଗ୍ରାଫରଙ୍କୁ ବିକିନି ଦେଖାଇଥିଲି, ସେ ମୋତେ ପଚାରିଲେ, ତୁମେ ପ୍ରକୃତରେ ଶୁଟିଂ କରିବାକୁ ଚାହୁଁଛ? ସେ ମୋତେ ଶରୀରକୁ ଢାଙ୍କିବାକୁ ମଧ୍ୟ କହିଥିଲେ।

 

Share