ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଶୁଟିଂସେଟ୍‌ରେ ପ୍ରବଳ ଗାଳି ଦେଇଥିଲେ କୋରିଓଗ୍ରାଫର

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କା ତାଙ୍କର ପ୍ରଥମ ଦିନର ଫିଲ୍ମ କ୍ୟାରିୟର ବିଷୟରେ କହୁଛନ୍ତି। ୨୦୦୩ ମସିହାରେ ଫିଲ୍ମ ‘ଅନ୍ଦାଜ’ରେ ୪୦ଟି ଟେକ୍‌ ଦେବା ପରେ ମଧ୍ୟ ଶଟ୍‌ ଓକେ ହୋଇ ନ ଥିଲା। ଯେଉଁଥିପାଇଁ କୋରିଓଗ୍ରାଫର ତାଙ୍କୁ ସମସ୍ତଙ୍କ ସାମ୍ନାରେ ଗାଳି ଦେଇଥିଲେ।

ପ୍ରିୟଙ୍କା କହିଛନ୍ତି, ‘ମୋତେ ଏହି ଫିଲ୍ମର ଏକ ଗୀତରେ ଡ୍ୟାନ୍ସ କରିବାକୁ ପଡ଼ିଥିଲା। ତେବେ ୪୦ଟି ଟେକ୍‌ ପରେ ପରେ ମଧ୍ୟ ମୁଁ ଫାଇନାଲ ଶଟ୍‌ ଦେଇ ପାରି ନ ଥିଲି। ଫଳରେ କୋରିଓଗ୍ରାଫର ରାଜୁ ଖାନ ପ୍ରବଳ ଗାଳି ଦେଇଥିଲେ। ସେ କହିଥିଲେ, ତୁମେ ମିସ୍‌ ୱାଲର୍‌ଡ? କେବଳ ତୁମେ ଭାବୁଛ କି ତୁମେ ଜଣେ ଅଭିନେତ୍ରୀ ହୋଇପାରିବ? ଯାଅ ପ୍ରଥମେ ଡ୍ୟାନ୍ସ ଶିଖ ଏବଂ ପରେ ଅଭିନୟ କର।

ପ୍ରିୟଙ୍କା ଆହୁରି କହିଛନ୍ତି, ଏହି ଫିଲ୍ମରେ ମୁଁ ଏବଂ ଅକ୍ଷୟ ଶୁଟିଂ କରୁଥିଲୁ ସେତେବେଳେ ଟ୍ବିଙ୍କିଲ୍‌ ଖାନ୍ନାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହି କାରଣରୁ କିଛି ଦିନ ପାଇଁ ଶୁଟିଂ ବାତିଲ ହୋଇଯାଇଥିଲା। ସେହି ସମୟରେ ମୁଁ ଟ୍ବିଙ୍କିଲ୍‌ଙ୍କ ସହ କଥାବାର୍ତ୍ତା କରିଥିଲି। ସେ ମୋତେ କଥକ ଶିଖିବାକୁ କହିଥିଲେ। ଆଉ କହିଥିଲେ, ଯଦି ତୁମର କିଛି ପାଇବାକୁ ଇଚ୍ଛା ଅଛି, ତେବେ ତୁମେ ନିଜକୁ ପ୍ରସ୍ତୁତ କର, ତୁମେ ଅନ୍ୟମାନଙ୍କ ତୁଳନାରେ ନିଜକୁ ଭଲ କରି ପାରିବ। ଏହା ପରେ ପ୍ରିୟଙ୍କା କଥକ ଗୁରୁ ଭେରୁକୃଷ୍ଣଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ।

ପ୍ରିୟଙ୍କା ବର୍ତ୍ତମାନ ସ୍ବାମୀ ନିକ୍‌ ଜୋନାସଙ୍କ ସହ ଆମେରିକାରେ ରହୁଛନ୍ତି। ତେବେ ଏହାପୂର୍ବରୁ ସେ ଫିଲ୍ମ ‘ମାଟ୍ରିକ୍ସ-୪’ ଶୁଟିଂ ପାଇଁ ଜର୍ମାନୀରେ ଥିଲେ। ତେବେ ତାଙ୍କୁ ଖୁବ୍‌ଶୀଘ୍ର ବଲିଉଡ୍‌ ଫିଲ୍ମ ‘ହ୍ବାଇଟ୍‌ ଟାଇଗର’ରେ ଦେଖିବାକୁ ମିଳିବ। ଯାହାର ନିର୍ଦ୍ଦେଶନା ଦେବେ ରମିନ ବହରାନୀ।


Enter your email to get our daily news in your inbox.

All Right Reserved By Dharitri.Com

ନାସାକୁ ବଡ଼ ଝଟକା, ମଙ୍ଗଳ ଗ୍ରହରୁ ଗାୟବ ହେଲା MAVEN!

ନୂଆଦିଲ୍ଲୀ,୧୧ା୧୨: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହରୁ କିଛି ବିଚଳିତକର ଖବର ସାମ୍ନାକୁ ଆସିଛି । ଗତ 11 ବର୍ଷ ଧରି ଲାଲ ଗ୍ରହ...

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ସ୍ଥାନରେ 5 ଦିନ ପୋଷାକ ପିନ୍ଧନ୍ତିନି ମହିଳା

ନୂଆଦିଲ୍ଲୀ,୧୧|୧୨ : ଭାରତ ଅନନ୍ୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତା ପାଇଁ ସାରା ବିଶ୍ବରେ ପରିଚିତ । ଦେଶର ଏକ ସ୍ଥାନରେ ଏପରି ଏକ ପରମ୍ପରା...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri