ଏହି ଅଭିନେତ୍ରୀ ମାତ୍ର ୩ ବର୍ଷ ବୟସରେ ଫିଲ୍ମରେ କରିଥିଲେ ଡେବ୍ୟୁ

ବଲିଉଡଜଗତର କିଛି ତାରକା ଅଛନ୍ତି ଯେଉଁମାନେ ଖୁବ କମ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ବିଶେଷକରି ସେମାନେ ଶିଶୁକଳାକାର ଭାବେ ଫିଲ୍ମରେ ଡେବ୍ୟୁ କରିଥିଲେ। ସେମାନଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଜଣେ। ପିଲାଦିନେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଥିଲେ। ସେ ‘ସତ୍ୟ’, ‘ପିଞ୍ଜରା’ଏବଂ ‘ଭୂତ’ ପରି ଅନେକ ଫିଲ୍ମରେ କାମ କରିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଉର୍ମିଲା ମାତ୍ର ତିନି ବର୍ଷ ବୟସରେ ଡେବ୍ୟୁ କରିଥିଲେ। ସେ ପିଲାଦିନେ ଅନେକ ଚଳଚ୍ଚିତ୍ର କରିଥିଲେ । କିନ୍ତୁ ୧୯୮୩ ଚଳଚ୍ଚିତ୍ର ‘ମାସୁମ’ରେ ଶିଶୁ କଳାକାର ଭାବରେ ତାଙ୍କ ଫିଲ୍ମ ସ୍ମରଣୀୟ ଥିଲା।

Share