ମାତ୍ର ୪ ବର୍ଷ ଫିଲ୍ମ କ୍ୟାରିୟରରେ ସୁପରଷ୍ଟାର ହୋଇଛନ୍ତି ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ସିନେମାରେ ଅନେକ ହିଟ୍‌ ଅଭିନେତ୍ରୀ ଅଛନ୍ତି। ଯେଉଁଥିରେ ଅନୁଷ୍କା ସେଟ୍ଟୀଠାରୁ ସାମନ୍ତା ଆକ୍କିନେନି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ମାତ୍ର ଜଣେ ଏପରି ଅଭିନେତ୍ରୀ ଅଛନ୍ତି ଯିଏ ଶୀଘ୍ର ଟଲିଉଡରେ ନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ରଶ୍ମିକା ମନ୍ଦାନା। ୨୦୧୬ ରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ତେଲୁଗୁ ଏବଂ କନ୍ନଡ ଚଳଚ୍ଚିତ୍ରର ଟ୍ରେଣ୍ଡରେ ରହିଥିବା ରଶ୍ମିକା ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ ଅଞ୍ଜନୀ ପୁତ୍ର ଏବଂ ଗୀତା ଗୋବିନ୍ଦମ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଅଭିନୟ ସହିତ ରଶ୍ମିକା ମଧ୍ୟ ଫ୍ୟାଶନକୁ ନେଇ ଚର୍ଚ୍ଚାରେ। ସେ ପ୍ରଶଂସକମାନଙ୍କ ପାଇଁ ଫଟୋଶୁଟ ଶେୟାର କରନ୍ତି। ଯେଉଁଥିରେ ତାଙ୍କରସର୍ବୋତ୍ତମ ଲୁକ ନଜର ଆସିଥାଏ।

ଯଦିଓ ଅଳ୍ପ ଲୋକ ରଶ୍ମିକାଙ୍କୁ ଜାଣିଛନ୍ତି, ମାତ୍ର ତାଙ୍କ ଆଲୋଚନା ବଲିଉଡରେ ମଧ୍ୟ ହେଉଛି। ଗୋଆ ନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିବା ରଶ୍ମିକା ଏକ ଫୁଲର ପୋଷାକ ପିନ୍ଧିଥିଲେ। ଯାହା ଦର୍ଶାଏ ସେ ଫ୍ୟାଶନରେ ଜଣେ ବଡ ହିରୋଇନଙ୍କଠାରୁ କମ ନୁହଁନ୍ତି। ଶାଢ଼ିରେ ରଶ୍ମିକାଙ୍କ ଲୁକ ବହୁତ ପ୍ରଭାବଶାଳୀ ଦେଖାଯାଏ।

ରଶ୍ମିକା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ। ସାଉଥ ସୁପରଷ୍ଟାର ମହେଶ ବାବୁ ବିପରୀତ ଚଳଚ୍ଚିତ୍ର ସାରିଲେରୁ ନେକେଭେରୁରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହୋଇଥିଲା।

Share