ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ତୁରମୁଙ୍ଗା ଥାନା ଅନ୍ତର୍ଗତ ମାନପୁୁର ଗ୍ରାମରେ ଜଣେ ୧୭ବର୍ଷର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାକତ୍ାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୧୦ ହଜାର ଟଙ୍କା ଜରିମାନା ସହ ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ, ତୁରୁମୁଙ୍ଗା ଥାନା ମାନପୁର ଗ୍ରାମର ଖଗେଶ୍ୱର ପାତ୍ର (୨୯) ସେହି ଗ୍ରାମର ଜଣେ ନାବାଳିକାକୁ ବିବାହାର ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାକତ୍ାର କରିଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବାପରେ ମେଡିସିନ୍‌ ଦେଇ ଗର୍ଭ ନଷ୍ଟ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହାକୁ ନେଇ ନାବାଳିକା ତୁରୁମୁଙ୍ଗୁା ଥାନାରେ ଏତଲା ଦେବା ପରେ କେସ ନଂ ୧୨ତା ୦୫/୦୨/୨୦୧୮ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନ ସହ ଫୋରେନସିକ ତଥ୍ୟକୁ ଆଧାର କରି ୩୭୬(୨)(ଏନ୍‌) ଦଫାରେ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ତେବେ ପୀଡିତାଙ୍କୁ ଆଇନ ସହାୟତା କେନ୍ଦ୍ର ତରଫରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି ା