ଦିଗପହଣ୍ଡି,୧୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘର ମଧ୍ୟରୁ ପ୍ରାୟ ୧୪ ଭରି ସୁନା, ୨୮ ଭରି ରୂପା ଅଳଙ୍କାର ଏବଂ ନଗଦ ୨ ହଜାର ଟଙ୍କା ଚୋରି ହୋଇଥିଲା। ଏନେଇ ଜଣେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ଅଶୋକ କୁମାର ସାହୁ। କେଶ୍ ନଂ.୨୨୩/୨୪ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜୁଲାଇ ୧୯ରେ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ଅଶୋକ ତାଙ୍କ ଅନ୍ୟ ୨ ସହଯୋଗୀଙ୍କ ସହାୟତାରେ ଚୋରି କରି ଫେରାର ହୋଇଯାଇଥିଲେ। ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ସୁଲତା ପଟ୍ଟନାୟକ ଘଟଣାର ପରଦିନ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ତଦନ୍ତ ଚଳାଇଥିଲେ।


