ସାକ୍ଷୀ ଦେଇଥିବା ମହିଳାଙ୍କ ଝିଅଙ୍କୁ ଅଭିଯୁକ୍ତଙ୍କ ଆକ୍ରମଣ

ଶଙ୍କରାଖୋଲ,୧୧ା୭(ଡି.ଏନ୍‌.ଏ.)- ଏକ ଗଣ୍ଡଗୋଳ ମାମଲାରେ ସାକ୍ଷୀ ଦେଇଥିବା ମହିଳାଙ୍କ ଝିଅଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶୁକ୍ରବାର ଟିକାବାଲି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ସମୀର କୁମାର ନାୟକ। ଟିକାବାଲି ଥାନାରେ ନଂ.୪୩/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରେବତୀ ଶବର କହିଛନ୍ତି। ବଡିମୁଣ୍ଡା ଖଜୁରୀସାହିର ସମୀରଙ୍କର ବାପାଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏନେଇ ବାପା ଖିଲାପି ପୁଅ ନଁାରେ ଟିକାବାଲି ଥାନାରେ ଏତଲା ଦେଇଥିଲେ। ନଂ.୯୬/୧୮ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ପଡୋଶୀ ମହିଳା ସାକ୍ଷୀ ଦେବାରୁ ବିଚାରପତି ସମୀରଙ୍କୁ ବର୍ଷେ ଜେଲ ଶୁଣାଇଥିଲେ। ବର୍ଷେ ପରେ ସମୀର ଜେଲରୁ ଫେରିଥିଲେ। ସାକ୍ଷୀ ଦେଇଥିବା ମହିଳାଙ୍କ ଝିଅଙ୍କୁ ଗୁରୁବାର ସମୀର ତଣ୍ଟି ଚିପି ହତ୍ୟା ଉଦ୍ୟମ ବେଳେ ଗ୍ରାମବାସୀ ପହଞ୍ଚତ୍ ଉଦ୍ଧାର କରିଥିଲେ। ଏହାପରେ ସେ ଟିକାବାଲି ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri