ଦୂରହେଉନାହିଁ ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୨୫।୬(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ହିତାଧିକାରୀଙ୍କୁ ଯୋଡ଼ିବା ଓ ବାଦ୍‌ ଦେବା ପ୍ରକ୍ରିୟା ଜାରି ରହିଛି। ଏହାରି ଭିତରେ କେତେଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ପୈଠ କରି ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ପ୍ରୟାସ କରୁଛି। ମାତ୍ର ଏବେ ବି ବ୍ଲକ୍‌ର ୧୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମକିସ୍ତି ମିଳିନାହିଁ।
ରାଜ୍ୟ ସରକାରଙ୍କ ଗ୍ରାମୀଣ ଆବାସ(ଆର୍‌ଏଚ୍‌) ଓ୍ବେବ୍‌ସାଇଟ୍‌ ଓ କେନ୍ଦ୍ର ସରକାରଙ୍କ ଆବାସ ପ୍ଲସ୍‌(ଏଡବ୍ଲ୍ୟୁଏସ୍‌ ପ୍ଲସ) ଓ୍ବେବ୍‌ସାଇଟରେ ହିତାଧିକାରୀଙ୍କ ସଂଖ୍ୟାରେ ତାଳମେଳ ରହୁନାହିଁ। ତେଣେ ଚୂଡ଼ାନ୍ତ ତାଲିକାରେ ଥିବା ତ୍ରୁଟି ସୁଧାରିବାକୁ ପ୍ରୟାସ କରାଯାଉଛି। ଉକ୍ତ ବ୍ଲକରେ ଆବାସ ଟାର୍ଗେଟ ସଂଖ୍ୟା ୨୫୦୭ ହୋଇଥିବାବେଳେ ଆବାସ ପ୍ଲସ ଓ୍ବେବ୍‌ସାଇଟ୍‌ରେ ହିତାଧିକାରୀଙ୍କ ସଂଖ୍ୟା ୨୫୯୮ ଥିବା ସୂଚନା ମିଳିଛି। ଏଥିମଧ୍ୟରେ ୧୫୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିସାରିଛି। ବାକି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମିକିସ୍ତି ମିଳିବାରେ ବିଳମ୍ବ ଘଟୁଛି। ତେବେ ତଦନ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସହମତି ହୋଇପାରୁ ନ ଥିବାରୁ ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ ହେଉନାହିଁ। ଏହାରି ଭିତରେ ମାମଲାକୁ ନେଇ ଅସନ୍ତୋଷ ବଢୁଛି। ତେଣୁ ଯୋଜନାରୁ ବାଦ୍‌ ପଡ଼ିଥିବା କେତେ ଜଣ ବ୍ୟକ୍ତି ଆଇନର ଆଶ୍ରୟ ନେବେ ବୋଲି ସୂଚନା ମିଳିଛି।
୨୦୧୭-୧୮ରୁ ଗ୍ରାମୀଣ ଆବାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ଯୋଜନା ବନ୍ଦ ହେବାପରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ ହୋଇସାରିଛି। ପଞ୍ଚାୟତସ୍ତରରେ ହିତାଧିକାରୀଙ୍କ ସଂଖ୍ୟା ଟାର୍ଗେଟଠାରୁ ଅଧିକ ରହିଯାଇଛି। ସେଥିମଧ୍ୟରୁ ଅଯୋଗ୍ୟଙ୍କୁ ବାଦ୍‌ଦେବାକୁ ଡିସେମ୍ବର ୨୦୨୨ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବ୍ଲକ ପକ୍ଷରୁ ପଞ୍ଚାୟତର ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକଙ୍କୁ ନେଇ ୩ଜଣିଆ କମିଟି ଗଠନ ହୋଇଥିଲା। ଚଳିତ ବର୍ଷ ଜାନୁୟାରୀରେ କମିଟି ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଆଧାରରେ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଝୁଲାଯାଇଥିଲା। ଉକ୍ତ ତାଲିକାରେ ଥିବା ତ୍ରୁଟିବିଚ୍ୟୁତିକୁ ନେଇ ଜନସାଧାରଣଙ୍କଠାରୁ ଅଭିଯୋଗ ଆହ୍ବାନ କରାଯାଇଥିଲା। ଅଭିଯୋଗ ଆଧାରରେ ପୁନଃ ତଦନ୍ତ କରାଯାଇ ବ୍ଲକକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ପରେ ଉକ୍ତ ରିପୋର୍ଟକୁ ଗ୍ରାମସଭା ମାଧ୍ୟମରେ ନିୟମିତ କରିବାକୁ ପ୍ରୟାସ କରାଯାଇଥିଲା। ଏହି ଆଧାରରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ହେଲେ ଏଯାଏ ଆବାସ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିପାରିନାହିଁ।
ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ବି ତାଲିକାକୁ ନେଇ ନାନା ଅଭିଯୋଗ ଉଠୁଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଚାପ ଯୋଗୁ ଚଳିତ ମାସ ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ମାତ୍ର ଚୂଡ଼ାନ୍ତ ତାଲିକାରେ ତ୍ରୁଟିଥିବାରୁ ପ୍ରକ୍ରିୟା ସମ୍ପନ୍ନ ହେବାରେ ଅଡୁଆ ପରିସ୍ଥିତି ଉପୁଜିଛି। ତ୍ରୁଟିଗୁଡ଼ିକ ହେଲା କେତେଜଣ ହିତାଧିକାରୀଙ୍କ ନାମ ପ୍ରକାଶନ ତାଲିକାରେ ନ ଥାଇ ବି ଚୂଡ଼ାନ୍ତ ତାଲିକାରେ ରହିଛି। ଆଉ କେତେଜଣଙ୍କ ନାମ ପ୍ରକାଶନ ତାଲିକାରେ ରହିଛି, ମାତ୍ର ତଦନ୍ତ ରିପୋର୍ଟରେ ଅଯୋଗ୍ୟ ନ ହୋଇ ଥାଇ ବି ସେମାନଙ୍କ ନାମ ଚୂଡାନ୍ତ ତାଲିକାରୁ ବାଦ୍‌ ପଡିଛି। କେତେଜଣ ହିତାଧିକାରୀଙ୍କ ପାଇଁ ବ୍ଲକ ପକ୍ଷରୁ କେସ୍‌ ରେକର୍ଡ ଖୋଲାଯାଇଛି। ମାତ୍ର କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ଘର କରିବା ସ୍ଥାନରେ ଜିଓ ଟ୍ୟାଗକରି ଫଟୋ ଉଠାଗଲାବେଳକୁ ତାହା ମୋବାଇଲରେ ପ୍ରଦର୍ଶିତ ହେଉ ନ ଥିବାରୁ ଫଟୋ ଉଠାଯାଇ ପାରୁନାହିଁ। ସେହି ବର୍ଗଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମ କିସ୍ତି ପ୍ରଦାନରେ ବାଧା ସୃଷ୍ଟି ହେଉଛି। କାର୍ଯ୍ୟାଦେଶ ପ୍ରଦାନରେ ବିଳମ୍ବ ହେଉଥିବାରୁ ନିର୍ଦ୍ଧାରିତ ସମୟରେ ଘର ଶେଷ ହେବାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ହିତାଧିକାରୀଙ୍କୁ ସାମଗ୍ରୀ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଏହାବାଦ୍‌ ବର୍ଷାଦିନ ଆରମ୍ଭରୁ କାର୍ଯ୍ୟାଦେଶ ମିଳିଯିବା ସମ୍ଭାବନା ଥିବା ଜାଣି କେତେଜଣ ହିତାଧିକାରୀ ଚାଳଛପର ଛାଆଣି କରିନାହାନ୍ତି। ତେଣୁ ଏବେ ସେମାନେ ଦୁର୍ବଳ ଚାଳଛପର ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଏଭଳି ନାନା ତ୍ରୁଟିବିଚ୍ୟୁତିକୁ ନେଇ ଆବାସ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବୈଷୟିକ କାରଣରୁ ଚୂଡ଼ାନ୍ତ ତାଲିକାରେ କିଛିଟା ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ଲକ୍ଷ୍ୟ କରାଯାଉଛି। ଏହାର ସମାଧାନ ପାଇଁ ଜିଲା ପ୍ରଶାସନ ସହ ଯୋଗାଯୋଗ କରାଯାଉଛି। ପର୍ଯ୍ୟାୟକ୍ରମେ ସମସ୍ତ ସମସ୍ୟା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri