ରାଜଧାନୀରୁ ଅପହୃତା ଛାତ୍ରୀ ରମ୍ଭାରୁ ଠାବ

ଗଞ୍ଜାମ,୯।୧୧(ଡି.ଏନ୍‌.ଏ): ଭୁବନେଶ୍ୱର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେହି ଅପହରଣ କରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା l ଅପହରଣକାରୀ ଏକ କାର ଯୋଗେ ରମ୍ଭା ଆଣିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ ସହାୟତାରେ ଛାତ୍ରୀଙ୍କୁ ଉଦ୍ଧାର କରି ଭୁବନେଶ୍ୱର ନିଆଯାଇଛି। ଅପହରଣକାରୀ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ଶିକ୍ଷକ ବୋଲି ଜଣା ପଡ଼ିଛନ୍ତି। ସେ ଫେରାର ଥିବା ରମ୍ଭା ଥାନା ଆଇଆଇସି ଦିପ୍ତୀରଞ୍ଜନ ବେହେରା କହିଛନ୍ତି l
ଶିକ୍ଷକ ଜଣକ ଉକ୍ତ ନବମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି l ଖୁବ ଶୀଘ୍ର ଅଭିଯୁକ୍ତ ଶିକ୍ଷକଙ୍କୁ ଧରାଯାଇ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ସ୍କୁଲ ଫେରିବା ବେଳେ ସେହି ଛାତ୍ରୀଙ୍କୁ ଶିକ୍ଷକ ଜଣକ ବାରମ୍ବାର ହଇରାଣ କରୁଥିବା ଛାତ୍ରୀଙ୍କ ପରିବାର ପୋଲିସକୁ କହିଛନ୍ତି l