ସମସ୍ତ ଆସନରେ ପ୍ରାର୍ଥୀ ଦେବ ଏଏପି

ଢେଙ୍କାନାଳ ଅଫିସ, ୪।୧୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦେବ। ଢେଙ୍କାନାଳସ୍ଥିତ ଦଳୀୟ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଜିଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ଜିଲାର ୫୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ସକ୍ରିୟ ସଦସ୍ୟ ଅଂଶଗ୍ରହଣ କରିଥିଲେ।
ପଞ୍ଚାୟତ ନିର୍ବାଚନ ପାଇଁ ୬ ଜିଲାସ୍ତରୀୟ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି। ପଞ୍ଚାୟତ ଏବଂ ଜିଲା ପରିଷଦ ଆସନରେ ଦଳୀୟ ପାର୍ଥୀ ନିର୍ବାଚନ ଲଢ଼ିବେ। ବିନା ମଦ, ମାଂସ ଓ ଟଙ୍କାରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ଦଳୀୟ କର୍ମୀ ମତ ଦେଇଥିଲେ। ଏହି ଅବସରରେ ଜିଲା କାର୍ଯ୍ୟକାରୀ କମିଟି, ପ୍ରଚାର କମିଟି, ନିର୍ବାଚନ କମିଟି, ଯୁବ କମିଟି, ମହିଳା କମିଟି, ଆର୍ଥତ୍କସ୍ଥିତି ସୁଧାର କମିଟି ଗଠନ କରାଯାଇଛି।
ରମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ମହାଭୋଇ, ବରିଷ୍ଠ ସଦସ୍ୟ ରାଜୀବ କର, ହେମନ୍ତ ଧଳ, ସନାତନ ନାଏକ, ସନ୍ଧ୍ୟାରାଣୀ ସାହୁ, ଲିଙ୍ଗରାଜ ସାହୁ, ଦେବାନନ୍ଦ ହୋତା ପ୍ରମୁଖ ବହୁ କର୍ମୀ ଯୋଗଦେଇଥିଲେ। ଏଏପିର ଆଦର୍ଶରେ ଅନୁପ୍ରାଣିତ ହୋଇ ୫ଜଣ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ଓଡ଼ାପଡ଼ା ବ୍ଲକ୍‌ ଉପସଭାପତି ଲକ୍ଷ୍ମଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri