ସୋମବାର କୋରାପୁଟ ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ରେ ହେବ ୭୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍‌ଘାଟନ

କୋରାପୁଟ,୨୦।୯(ସ୍ବ.ପ୍ର): କୋରାପୁଟ ଜିଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌)ରେ ସୋମବାର ୭୦ ଶର୍ଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ ଉଦ୍‌ଘାଟନ୍‌ ହେବ। ଏ ନେଇ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲାପାଳ ମଧୁସୂଧନ ମିଶ୍ର ସୁଚନା ଦେଇଛନ୍ତି । ଏହି ହସ୍ପିଟାଲରେ ଜିଲାର ଗୁରୁତର କରୋନା ରୋଗୀମାନଙ୍କ ନିମନ୍ତେ ଭେଣ୍ଟିଲେଟର ସୁବିଧା ଥିବାବେଳେ ସେମାନଙ୍କୁ ମେଡିକାଲ କଲେଜର ପ୍ରଫେସର ଓ ସହକାରୀ ପ୍ରଫେସରମାନଙ୍କ ଦ୍ୱାରା ଚିିକିତ୍ସା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି ।